ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଶୁଣ୍ଡିପଦର ଗ୍ରାମ ପଞ୍ଚାୟତ ମନୋହରପୁର ଗ୍ରାମରେ ପାରିବାରିକ ବିବାଦ କୁ ନେଇ  ଏକ ହତ୍ୟାକାଣ୍ଡ ଗତକାଲି ରାତିରେ ଘଟି ଯାଇଛି । ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଥିବା ଜଣା ପଡିଛି ।

Advertisment

ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ମନୋହରପୁର ଗ୍ରାମର ଇଶ୍ବର କଲତା (୫୦) ଗତକାଲି ରାତି ପ୍ରାୟ ୧୦ ଘଣ୍ଟା ସମୟରେ କୌଣସି ପାରିବାରିକ କାରଣକୁ ନେଇ ନିଜ ସାନ ଭାଇ ସର୍ବେଶ୍ୱର କଲତା (୪୨) ଙ୍କ ସହ ବଚସା ହୋଇଥିଲା । ଏଥିରେ ଉତ୍ତେଜିତ ହୋଇ ଇଶ୍ବର ଗୋଟିଏ ଟାଙ୍ଗିଆରେ ସାନ ଭାଇ ସର୍ବେଶ୍ୱରଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ନିଜ ଘର ଅଗଣାରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଖବର୍ ପାଇ ଶଗଡା ଫାଣ୍ଡି ଓ ମନମୁଣ୍ଡା ଥାନା ପୋଲିସ୍ ଆଜି ସକାଳେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଡ ଭାଇକୁ ଆଣି ଅଟକ ରଖିଥିବା ଜଣା ପଡିଛି । ପୋଲିସ୍ ତଦନ୍ତ କଲା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିବ ବୋଲି ମନମୁଣ୍ଡା ଥାନା ଆଇଆଇସି ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି ।