ଅନୁଗୁଳ: ଆଜି ସକାଳେ ଅନୁଗୁଳ ପୁଲିସ ଟ୍ରେନିଂ କଲେଜରେ କେତେକ ତାଲିମ ନେଉଥିବା ସୁରକ୍ଷା କର୍ମୀ ନିୟମିତ ଫାୟାରିଂ ତାଲିିମ ନେଉଥିବା ବେଳେ ହଠାତ ଏକ ଗୁଳି ନିକଟସ୍ଥ ଶରାଧାପୁର ଗ୍ରାମର ଜଣେ ବୟସ୍କା ମହିଳାଙ୍କ ଛାତିରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ଆହତ ମହିଳା ବଦନୀ ମିଶ୍ରଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଅନୁଗୁଳ ଶରଧାପୁରସ୍ଥିତ ଫାୟାରିଂ ରେଞ୍ଜ୍ରେ ଯବାନମାନେ ଫାୟାରିଂ ତାଲିମ ବା ବନ୍ଧୁକ ଚାଳନା ତାଲିମ ନେଉଥିଲେ। ପ୍ରତିଦିନ ସକାଳେ ଏଠାରେ ଯବାନମାନେ ଫାୟାରିଂ ତାଲିମ ନେଇଥାନ୍ତି। ତେବେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଶରଧାପୁର ଗ୍ରାମର ବଦନୀ ମିଶ୍ର(୬୫ ବର୍ଷ) ନାମକ ଜଣେ ମହିଳା ସକାଳୁ ଉଠି ମୁହଁ ଧୋଉଥିବା ବେଳେ ହଠାତ ଏକ ଗୁଳି ଆସି ତାଙ୍କ ବାମପାଖ ଛାତିରେ ବାଜିଥିଲା। ଗୁଳିଟି ସିଧାସଳଖ ମହିଳାଙ୍କ ଛାତିରେ ନ ବାଜି ନିକଟରେ ଏକ କାନ୍ଥରେ ବାଜି ତାଙ୍କ ଛାତିରେ ବାଜିଥିଲା। ଫଳରେ ବଦନି ସେଠାରେ ଚିତ୍କାର କରି ପଡ଼ି ଯାଇଥିଲେ।ସଙ୍ଗେ ସଙ୍ଗେ ତାଙ୍କୁ ପରିବାର ଲୋକେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।
ଅନୁଗୁଳ: ବନ୍ଧୁକଚାଳନା ତାଲିମ ବେଳେ ଗୁଳି ଫୁଟି ମହିଳା ଗୁରୁତର
/sambad/media/post_attachments/wp-content/uploads/2018/07/angul.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)