ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡିଆନାଳୀ ବିଦ୍ୟୁତ୍ ସବ୍ଷ୍ଟେସନରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ତାର ଲୁଟ ହୋଇଛି। କର୍ମଚାରୀଙ୍କୁ ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି।
ଗତକାଲି ବିଳମ୍ବିତ ରାତିରେ ସବ୍ଷ୍ଟେସନର ବାହାର ଲାଇଟ୍ ବନ୍ଦ ହେବା ପରେ ୮/୧୦ ଜଣ ଦୁର୍ବୃତ୍ତ ପାଚେରି ଡେଇଁ ଭିତରେ ପଶିଥିଲେ। ସେଠାରେ ଥିବା ୪ଜଣ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ଭୟଭୀତ କରିଥିଲେ। କର୍ମଚାରୀଙ୍କ ପାଖରୁ ମୋବାଇଲ ଫୋନ୍ ଛଡ଼ାଇ ନେବା ପରେ ଏକ କୋଠରିରେ ଭିତରେ ପୂରାଇ ଦେଇଥିଲେ। ସବ୍ଷ୍ଟେସନ ପରିସରରେ ଥିବା ଲକ୍ଷାଧିକ ଟଙ୍କାର ଆଲୁମିନିୟମ ତାର କଟର ମେସିନରେ କାଟି ଏକ ପିକ୍ଅପ୍ ଭ୍ୟାନ୍ରେ ବୋଝେଇ କରି ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ପାଟଣା ଥାନାରେ ଅଭିଯୋଗ କରାଯାଇଛି। ପୁଲିସ କେସ୍ ନମ୍ବର ୧୯୫/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଦୀପ୍ତିରଞ୍ଜନ ସାହୁ ପ୍ରକାଶ କରିଛନ୍ତି।ବିଦ୍ୟୁତ୍ ସବ୍ଷ୍ଟେସନରୁ ଲକ୍ଷାଧିକ ଟଙ୍କାର ତାର ଲୁଟ୍
ପାଟଣା,୨୬/୧୦(ଇମିସ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡିଆନାଳୀ ବିଦ୍ୟୁତ୍ ସବ୍ଷ୍ଟେସନରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ତାର ଲୁଟ ହୋଇଛି। କର୍ମଚାରୀଙ୍କୁ ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି।
ଗତକାଲି ବିଳମ୍ବିତ ରାତିରେ ସବ୍ଷ୍ଟେସନର ବାହାର ଲାଇଟ୍ ବନ୍ଦ ହେବା ପରେ ୮/୧୦ ଜଣ ଦୁର୍ବୃତ୍ତ ପାଚେରି ଡେଇଁ ଭିତରେ ପଶିଥିଲେ। ସେଠାରେ ଥିବା ୪ଜଣ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ଭୟଭୀତ କରିଥିଲେ। କର୍ମଚାରୀଙ୍କ ପାଖରୁ ମୋବାଇଲ ଫୋନ୍ ଛଡ଼ାଇ ନେବା ପରେ ଏକ କୋଠରିରେ ଭିତରେ ପୂରାଇ ଦେଇଥିଲେ। ସବ୍ଷ୍ଟେସନ ପରିସରରେ ଥିବା ଲକ୍ଷାଧିକ ଟଙ୍କାର ଆଲୁମିନିୟମ ତାର କଟର ମେସିନରେ କାଟି ଏକ ପିକ୍ଅପ୍ ଭ୍ୟାନ୍ରେ ବୋଝେଇ କରି ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ପାଟଣା ଥାନାରେ ଅଭିଯୋଗ କରାଯାଇଛି। ପୁଲିସ କେସ୍ ନମ୍ବର ୧୯୫/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଦୀପ୍ତିରଞ୍ଜନ ସାହୁ ପ୍ରକାଶ କରିଛନ୍ତି।
ବିଦ୍ୟୁତ୍ ସବ୍ଷ୍ଟେସନରୁ ଲକ୍ଷାଧିକ ଟଙ୍କାର ତାର ଲୁଟ୍
/sambad/media/post_attachments/wp-content/uploads/2023/10/Untitled-77.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)