କେନ୍ଦ୍ରାପଡ଼ା: ଆଗାମୀ ୨୯ ତାରିଖରେ ୪ର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ମତଦାନ ପରିପେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲା ଶୁକ୍ରବାର ପ୍ରଚାରରେ ଉଠୁଛି-ପଡୁଛି। ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ଣରୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ସଭାକୁ ସମ୍ବୋଧିତ କରି ଥିବା ବେଳେ ରୋଡ ସୋ’ ମଧ୍ୟ କରିଛନ୍ତି। ନବୀନ ଆଜି ଖରିନାସି ଗ୍ରାମପଂଚାୟତର ହରିଆବାଙ୍କ ମା’ ଶାରଳା ମନ୍ଦିର ନିକଟରୁ ରୋଡ ସୋ’ ଆରମ୍ଭ କରିଥିଲେ। ସେ ଖରିନାସି, ରାମନଗର, ବଉଳକାନୀ, ବାରଡଙ୍ଗା, ମଙ୍ଗଲପୁରରେ ରୋଡ ସୋ’ କରିଛନ୍ତି।

Advertisment

publive-image

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଆସି କଂଗ୍ରେସର ସ୍ଥାନୀୟ ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକଙ୍କ ପାଇଁ ଏକ ସୁସଜ୍ଜିତ ଖୋଲା ଜିପରେ ପ୍ରଚାର କରିଛନ୍ତି।

publive-image

ସେହିଭଳି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସମ୍ବିତ ପାତ୍ର ମଧ୍ୟ କେନ୍ଦ୍ରାପଡ଼ାରେ ରୋଡ ସୋ’ କରିଛନ୍ତି। ବିଜେପିର ଲୋକସଭା ଏବଂ ବିଧାନସଭା ପ୍ରର୍ଥୀଙ୍କ ପାଇଁ ସମ୍ବିତ ନିର୍ବାଚନ ପ୍ରଚାର କରିଛନ୍ତି।