ରେମୁଣା: ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ରେମୁଣା ବିଧାନସଭା ଅଂଚଳରେ ଗୁରୁବାର ନିଜ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ସେ ଏକ ବିଶାଳ ଶୋଭାଯାତ୍ରାରେ ଶେରଗଡ଼, ବରୁଣସିଂ ବଜ଼ାର, ଶାସଙ୍ଗ, ଗେଙ୍ଗୁଟି, ସାହୁ ଛକ, ପାଛୁଡିଆ, ଯୁଯେଷ୍ଟିପୁର, ମେଣ୍ଢାଶୂଳ, ହାତୀଆଗଞ୍ଚଛକ, ଦୁର୍ଗାଦେବୀ ଏବଂ କଲ୍ୟାଣପୁର ପ୍ରଭୃତି ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ସ୍ଥାନରେ ଆୟୋଜିତ ସଭାରେ ପଟ୍ଟନାୟକ ବାଲେଶ୍ୱରର ବିକାଶ ପାଇଁ ତାଙ୍କର ଦୃଷ୍ଟିକୋଣ ସମ୍ପର୍କରେ ଲୋକଙ୍କୁ ଅବଗତ କରିଛନ୍ତି।
/sambad/media/post_attachments/wp-content/uploads/2019/04/BLS3-300x225.jpg)
ସେ ସବୁ ଅଞ୍ଚଳର ଜନତାଙ୍କ କଂଗ୍ରେସ ପ୍ରତି ସମର୍ଥନ ଅତ୍ୟନ୍ତ ଉତ୍ସାହଜନକ ଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଜନତା ଧାନ ସଂଗ୍ରହରେ ଅବ୍ୟବସ୍ଥା ଓ ଉଚିତ ମୂଲ୍ୟ ପାଇବାରୁ ଚାଷୀ ବଂଚିତ ହେବା କଥା ସଂପର୍କରେ ତାଙ୍କୁ ନିଜ ଅଭିଯୋଗ ଜଣାଇଥିଲେ। ପଟ୍ଟନାୟକ ସେମାନଙ୍କୁ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ କଂଗ୍ରେସର ଓଡ଼ିଶାର ଚାଷୀଙ୍କ ପାଇଁ ଥିବା ଗ୍ୟାରେଣ୍ଟି କାର୍ଡ଼ ସଂପର୍କରେ ସେମାନଙ୍କୁ ଅବଗତ କରାଇ ଥିଲେ। କଂଗ୍ରେସ ସରକାର ଗଠନ କଲେ ପ୍ରଥମ ଦିନରେ ହିଁ ଚାଷୀ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କୃଷି ଋଣଛାଡ ହେବ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କା ଓ ୫ ବର୍ଷ ନିରନ୍ତର ଆର୍ଥିକ ସହାୟତା ମିଳି ପାରିବ ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2019/04/BLS4-300x225.jpg)
ସ୍ଥାନୀୟ ଜନତାଙ୍କ ଅଭୂତପୂର୍ବ ସ୍ନେହ, ଶ୍ରଦ୍ଧା ଓ ଉତ୍ସାହ ବାଲେଶ୍ୱର ଜିଲ୍ଲାର ବିକାଶ ପାଇଁ ପ୍ରେରଣା ଯୋଗାଇବ ବୋଲି ସେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଆଗରେ ନିଜ ମତ ରଖିଛନ୍ତି। ଗନ୍ଦରାଦ ପଞ୍ଚାୟତରେ କଂଗ୍ରେସ କର୍ମୀ ଓ ସାଧାରଣ ଜନତାଙ୍କ ଉତ୍ସାହ ଓ ସମର୍ଥନ ଦେଖି ବାଲେଶ୍ୱରରେ ଏଥର ରାଜନୈତିକ ପଟ୍ଟ ପରିବର୍ତ୍ତନ ନିଶ୍ଚିତ ହେବ ବୋଲି ସେ କହିଛନ୍ତି। ଲୋକେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ଼କୁ ଅତ୍ୟନ୍ତ ଉତ୍ସାହର ସହ ପୂରଣ କରିବା ସେମାନଙ୍କ କଂଗ୍ରେସ ପ୍ରତି ଆସ୍ଥା ଏବଂ ସମର୍ଥନକୁ ସୂଚିତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/BLS2-2.jpg)