ଚଣ୍ଡିଖୋଲ: ବିଭିନ୍ନ ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହୋଇଥିଲେ ନରେନ୍ଦ୍ର ମୋଦୀ। ଗତ ୫ ବର୍ଷ ମଧ୍ୟରେ ସେ ଦେଇଥିବା କୌଣସି ପ୍ରତିଶ୍ରୁତିକୁ ପୂରଣ କରି ନାହାନ୍ତି। ଯାଜପୁର ଜିଲ୍ଲାର ବଡ଼ଚଣା ଆସନରୁ ବିଜେଡି ପ୍ରାର୍ଥୀ ଅମର ଶତପଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଶୁକ୍ରବାର ଏକଥା କହିଛନ୍ତି।
ବଡ଼ଚଣା ମେଳଣ ପଡ଼ିଆ ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି, ନବୀନ ପଟ୍ଟନାୟକ ଖୁବ୍ କମ କୁହନ୍ତି। ରାଜ୍ୟରେ ବିକାଶର ଧାରାକୁ ସେ ବହୁ ଗୁଣିତ କରିପାରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାକୟଙ୍କର ଏହି କମ କଥା କହି ବେଶି କାମ କରିବା ଗୁଣଟି ତାଙ୍କୁ ବେଶ ପ୍ରଭାବିତ କରିପାରିଛି ବୋଲି ସୌମ୍ୟରଂଜନ କହିଛନ୍ତି।
/sambad/media/post_attachments/wp-content/uploads/2019/04/jajpur-1.jpg)
ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ନବୀନ ପଟ୍ଟନାୟକ ଯଦି ଏଥର ନିର୍ବାଚନ ଜିତି ପୁଣି ଯଦି ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହୁଅନ୍ତି ତେବେ ସେ ସାରା ଭାରତରେ ୫ମ ଥର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିବା ସହିତ ସେ ଇତିହାସ ରଚନା କରିବେ। ଏହା ଆମ ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା ହେବ। ସେହି ସହଭାଗିତାରେ ବଡ଼ଚଣାବାସୀ ସାମିଲ ହେବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ଵାନ କରିଥିଲେ। ସେହିପରି ୫ଥର ବିଧାୟକ ହୋଇଥିବା ବର୍ତ୍ତମାନର ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ଶତପଥୀ ଏଥର ନିର୍ବାଚନରେ ବିଜୟୀ ହେଲେ ୬ଷ୍ଠ ଥର ପାଇଁ ବିଧାୟକ ହୋଇ ରେକର୍ଡ ସୃଷ୍ଟି କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିକାଶ ସହିତ ରୁହନ୍ତୁ, ବିଜେଡି ସହିତ ରୁହନ୍ତୁ। ପ୍ରିୟ ବିଧାୟକ ପ୍ରାର୍ଥୀ ଶ୍ରୀ ଶତପଥୀ ଓ ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ଅଳଙ୍କୃତ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଉପସ୍ଥିତ ବିଜେଡି କର୍ମୀ ଓ ଜନସାଧାରଣଙ୍କୁ ନିବେଦନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/jajpur1.jpg)