ଅତିରିକ୍ତ ନିର୍ବାଚନ ଅଧିକାରୀଙ୍କ ଖୋର୍ଦ୍ଧା ଗସ୍ତ

ଖୋର୍ଦ୍ଧା: ଜିଲ୍ଲାରେ ଚାଲିଥିବା ଭୋଟର ତାଲିକା, ପରିଚୟପତ୍ର ଓ ଆଧାର ସଂଯୋଗ କାର୍ଯ୍ୟକ୍ରମର ସମୀକ୍ଷା ନିମନ୍ତେ ଆଜି ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ର ଶତପଥୀ ଖୋର୍ଦ୍ଧା ଗସ୍ତ କରିଛନ୍ତି। ବିଭିନ୍ନ ବୁଥ ଗସ୍ତ କରି ସଂଯୋଗ ଓ ସଂଶୋଧନ କାର୍ଯ୍ୟକ୍ରମର ସରଜମିନ ତଦାରଖ କରିଛନ୍ତି। ଆଜି ପୂର୍ବାହ୍ନରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ ଖୋର୍ଦ୍ଧା ସହର ପହଞ୍ଚିଥିଲେ। ପ୍ରଥମେ ପୌରାଞ୍ଚଳରେ ଥିବା ଫରେଷ୍ଟ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଭାଲିଆବାଡ଼ି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ, ବ୍ଲକ ଆାର୍ଇଓ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ, ଖୋର୍ଦ୍ଧା ବ୍ଲକରେ ଥିବା ବାଜପୁର ସରକାରୀ ଉଚ୍ଚ ବିଦ୍ରାଳୟ, ବାଜପୁର ପ୍ରାଥମିକ ବିଦ୍ୟାଳୟ ଆଦି ଗସ୍ତ କରି ବୁଥସ୍ତରୀୟ ଅଧିକାରୀଙ୍କ ସହ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।

ଲୋକମାନେ ଏନେଇ ସ୍ୱେଚ୍ଛାକୃତ ଭାବେ ବୁଥରେ ପହଂଚି ସଂଯୋଗ କରୁଥିବା ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଏହି ଗସ୍ତରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ତଥା ପୌରପରିଷଦର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଇପସିତ ସାହୁ, ଜିଲ୍ଲା ନିର୍ବାଚନ ଅଧିକାରୀ ରୀମା ହାଂସଦା, ବିଦ୍ୟାଶ୍ରୀ ସାହୁ, ବିଡିଓ କ୍ଷୀରାବ୍ଧୀ ତନୟା ସାହୁ ଓ ଅନ୍ୟ ବିଏଲ୍ଓ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର