କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଆଜି ଚୂଡ଼ାନ୍ତ ଵାର୍ଡ ସ˚ରକ୍ଷଣ ଚିଠା ପ୍ରକାଶ ପାଇଛି। ୨୧ଵାର୍ଡ ବିଶିଷ୍ଟ ରାଜ୍ୟର ଏହି ସର୍ବପୁରାତନ ମ୍ୟୁନିସିପାଲିଟି ପାଇଁ ଜିଲ୍ଲାପାଳ ଜାରି କରିଥିବା ଚୂଡ଼ାନ୍ତ ତାଲିକାରେ ଦୁଇଟି ଵାର୍ଡର ସ˚ରକ୍ଷଣ ଆସନ ବଦଳିଛି। ପୂର୍ବରୁ ୧୧ନମ୍ବର ଵାର୍ଡର ସ˚ରକ୍ଷଣ ମହିଳାଙ୍କ ପାଇଁ ପ୍ରସ୍ତାବିତ ଥିଲା। ମାତ୍ର ଚୂଡ଼ାନ୍ତ ତାଲିକାରେ ତାହା ବଦଳି ଓବିସି ମହିଳାଙ୍କ ପାଇଁ ସ˚ରକ୍ଷଣ ରଖାଯାଇଥିବା ବେଳେ ୧୫ନମ୍ବର ଵାର୍ଡ ଅସ˚ରକ୍ଷିତ ବର୍ଗଙ୍କ ପାଇଁ ସ˚ରକ୍ଷିତ ରଖାଯାଇଛି। ୧୫ନମ୍ବର ଵାର୍ଡ ଓବିସିଙ୍କ ପାଇଁ ପୂର୍ବରୁ ପ୍ରସ୍ତାବିତ ରଖାଯାଇଥିଲା। ଏତଦ୍‌ବ୍ୟତୀତ ବାକି ୧୯ଟି ଵାର୍ଡର ପୂର୍ବ ପ୍ରସ୍ତାବିତ ସ˚ରକ୍ଷଣ ଚିଠା ତାଲିକା ଯାହା ଥିଲା, ସେୟା ରହିଛି। ଜିଲ୍ଲାପାଳଙ୍କ ଦ୍ବାରା ଜାରି ଏହି ଚୂଡ଼ାନ୍ତ ସ˚ରକ୍ଷଣ ତାଲିକା ଉପରେ ଯଦି କାହାର ଆପତ୍ତି ଅଭିଯୋଗ ଥାଏ, ତେବେ ଆସନ୍ତା ୨୪ତାରିଖ ସୁଦ୍ଧା ନଗର ଉନ୍ନୟନ ବିଭାଗରେ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଵାର୍ଡ ପରିସୀମା ଓ ସ˚ରକ୍ଷଣ ଚିଠା ସ˚ପର୍କିତ ମାମଲା ହାଇକୋର୍ଟରୁ ପ୍ରତ୍ୟାହାର ହେଇଯିବା ପରେ ସରକାର ପୌର ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ବିଜ୍ଞପ୍ତି ମୁତାବକ ନଭେମ୍ବର ୨୫ତାରିଖରେ ୨୧ଟି ଵାର୍ଡ ପାଇଁ ପ୍ରାରମ୍ଭିକ ପ୍ରସ୍ତାବିତ ସ˚ରକ୍ଷଣ ଚିଠା ପ୍ରକାଶ ପାଇଥିଲା। ଏହି ପ୍ରସ୍ତାବିତ ସ˚ରକ୍ଷଣ ଚିଠା ଉପରେ ଆପତ୍ତି ଅଭିଯୋଗ ଜଣାଇବା ପାଇଁ ଜନସାଧାରଣଙ୍କୁ ୧୨ଦିନ ବା ଡିସେମ୍ବର ୪ତାରିଖ ଯାଏ ସମୟ ଦିଆଯାଇଥିଲା।

Advertisment

ଏହି ସମୟ ଅବଧି ମଧୢରେ ମାତ୍ର ତିନିଟି ଅଭିଯୋଗ ମ୍ୟୁନିସିପାଲିଟିରେ ଦାଖଲ ହୋଇଥିଲା। ନିର୍ଦ୍ଦିଷ୍ଟ ଭାବେ ୩ ଓ ୬ ନମ୍ବର ପାଇଁ ପୃଥକ୍‌ ଦୁଇଟି ଅଭିଯୋଗ ପଡ଼ିଥିବା ବେଳେ ଆଉ ଗୋଟିଏ ଅଭିଯୋଗ ସ˚ପୂର୍ଣ୍ଣ ୨୧ଟି ଵାର୍ଡର ପ୍ରସ୍ତାବିତ ସ˚ରକ୍ଷଣକୁ ନେଇ ହୋଇଥିଲା। ଜିଲ୍ଳାପାଳ ଏହା ଉପରେ ଶୁଣାଣି କରି ଆଜି ଚୂଡ଼ାନ୍ତ ତାଲିକା ପ୍ରକାଶ କରିଥିବା ବେଳେ ଅଭିଯୋଗ ଆସିଥିବା ନିର୍ଦ୍ଦିଷ୍ଟ ଵାର୍ଡ ଗୁଡ଼ିକର ପ୍ରସ୍ତାବିତ ସ˚ରକ୍ଷଣ ଆସନରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ବଭଳି ତାହା ଅପରିବର୍ତ୍ତିତ ରହିଛି। ମୋଟାମୋଟି ୨୧ଟି ଵାର୍ଡରୁ ସାତଟି ଵାର୍ଡ ଅସ˚ରକ୍ଷିତଙ୍କ ପାଇଁ ସ˚ରକ୍ଷିତ ରହିଥିବା ବେଳେ ଛଅଟି ଵାର୍ଡ ମହିଳାଙ୍କ ପାଇଁ, ତିନିଟି ଵାର୍ଡ ଓବିସି ମହିଳାଙ୍କ ପାଇଁ ସ˚ରକ୍ଷିତ ରହିଛି। ସେହିପରି ଦୁଇଟି ଵାର୍ଡ ଓବିସିଙ୍କ ପାଇଁ ସ˚ରକ୍ଷିତ ରହିଥିବା ବେଳେ ଗୋଟିଏ ଲେଖାଏ ଵାର୍ଡ ଦଳିତ(ଏସ୍‌ସି) ଓ ଆଦିବାସୀ(ଏସ୍‌ଟି)ମହିଳାଙ୍କ ପାଇଁ ଏବ˚ ଗୋଟିଏ ଵାର୍ଡ ଦଳିତଙ୍କ ପାଇଁ ସ˚ରକ୍ଷିତ ରହିଛି। ତେବେ ପ୍ରସ୍ତାବିତ ସ˚ରକ୍ଷଣ ଚିଠା ଉପରେ ମ୍ୟୁନିସିପାଲିଟିରେ ମାତ୍ର ତିନିଟି ଅଭିଯୋଗ ପଡ଼ିଥିବା ବେଳେ ଏବେ ଚୂଡ଼ାନ୍ତ ତାଲିକା ଉପରେ ଆପତ୍ତି ଅଭିଯୋଗ ଜଣାଇବା ପାଇଁ ଜନସାଧାରଣଙ୍କୁ ୧୪ଦିନ ସମୟ ଦିଆଯାଇଛି। ଏହି ସମୟ ମଧୢରେ କେତୋଟି ଅଭିଯୋଗ ନଗର ଉନ୍ନୟନ ବିଭାଗରେ ପଡ଼ୁଛି ଏବ˚ ତଦନୁଯାୟୀ ଵାର୍ଡ ସ˚ରକ୍ଷଣରେ କୌଣସି ପରିବର୍ତ୍ତନ ହେଉଛି କି’ ନାହିଁ, ତାରି ଉପରେ ଏବେ ସଭିଙ୍କ ନଜର ରହିଛି।