ଦୁଇ ଘନିଷ୍ଠ ବନ୍ଧୁ ଏବେ ପ୍ରତିଦ୍ବନ୍ଦୀ, ପ୍ରଚାରରେ ଭାଇଚାରାର ଝଲକ, ଫସିଲେ ଭୋଟର

ମାଲକାନଗିରି: ମାଲକାନଗିରି ପୌର ନିର୍ବାଚନ ଏବେ ଧିରେ ଧିରେ ଜୋର ଧରିବାକୁ ଲାଗିଲାଣି। ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ନିଜ ନିଜ ଵାର୍ଡରେ ପ୍ରଚାର କାର୍ଯ୍ୟକୁ ଆରମ୍ଭ କଲେଣି। ସେହିପରି ପୌରାଧ୍ୟକ୍ଷ ପ୍ରାର୍ଥୀମାନେ ମଧ୍ୟ ନିଜର ଗୋଟି ଚାଳନା ଆରମ୍ଭ କରିସାରିଲେଣି। ପ୍ରତ୍ୟେକ ୱାର୍ଡରେ ରହିଥିବା ନିଜ ନିଜର ସାଙ୍ଗସାଥି ଏବଂ ନିଜର ବନ୍ଧୁମାନଙ୍କୁ ନିକଟତର କରିବାକୁ ଚେଷ୍ଟା ଆରମ୍ଭ କଲେଣି। ତେବେ ଏହି ଲଢେଇରେ ଯେଉଁମାନେ ପ୍ରାର୍ଥୀ ହୋଇଛନ୍ତି ସେମାନେ ପରସ୍ପର ବନ୍ଧୁ ଅଟନ୍ତି। ଆଉ ଏମାନେ ଯାହାକୁ ମଧ୍ୟ ଭୋଟ ଭିକ୍ଷା କରିବେ ଦୁହିଁଙ୍କର ବନ୍ଧୁ ନିଶ୍ଚିତ ଭାବେ ଥିବେ। ତେଣୁ ଭୋଟର ଭାଇଭଉଣୀ ମାନେ ଏବେ ଫସିଗଲେ ବୋଲି ଚର୍ଚ୍ଚା ଜୋର ଧରିଛି। ଏକ ଉଦାହରଣ ନେଲେ ସ୍ପଷ୍ଟ ହୋଇଯିବ। ୧୩ ନମ୍ବର ୱାର୍ଡରେ ଯେଉଁ ଦୁଇ ଜଣ କାଉନସିଲର ଭାବେ ଲଢେଇ କରୁଛନ୍ତି, ସେମାନେ ଦୁହେଁ ପିଲା ଦିନର ବନ୍ଧୁ। ଗୋଟିଏ ଶ୍ରେଣୀରେ ପାଠ ପଢୁଥିଲେ। ଏବେ ଦୁଇ ବନ୍ଧୁ ଏବେ ଦୁଇ ପ୍ରତିଦ୍ବନ୍ଦୀ ପାଲଟି ଯାଇଛନ୍ତି। ଜଣେ ହେଲେ ବିଜେଡିର ପ୍ରାର୍ଥୀ ଗଣେଶ ସାହା ଏବଂ ଅନ୍ୟ ଜଣେ ହେଲେ ବିଜେପିର ପ୍ରାର୍ଥୀ ମାଣିକ ଚକ୍ରବର୍ତ୍ତୀ। ଦୁଇ ଜଣ ଏବେ ନିଜ ନିଜ ମଧ୍ୟରେ ରହିଥିବା ବନ୍ଧୁତ୍ବକୁ ଭୁଲି ପ୍ରଚାର କାର୍ଯ୍ୟରେ ନିଜ ଦଳକୁ ବିଜୟୀ କରିବା ପାଇଁ ଲାଗି ପଡିଛନ୍ତି। ତେବେ ପ୍ରଚାରରେ ଭାଇଚାରର ଝଲକ ଦେଖିବାକୁ ମିଳିଛି। ଏହି  ଓ୍ବାର୍ଡରେ ସେମାନେ ଛୋଟରୁ ବଡ ହୋଇଛନ୍ତି। ଦୁହେଁ ପିଲାବେଳେ ଏହି ୱାର୍ଡରେ ହିଁ କେତେ ଖେଳିଛନ୍ତି। ଲୋକେ ଏହି ଦୁଇ ଜଣଙ୍କୁ ଛୋଟରୁ ବଡ ହେବା ପର୍ଯ୍ୟନ୍ତ ଦେଖିଛନ୍ତି।

ତେଣୁ କାହାକୁ ଭୋଟ ଦେବେ କାହାକୁ ଦେବେ ନାହିଁ , ଏନେଇ ଏବେ ଭୋଟର ମାନେ ଦ୍ବନ୍ଦରେ ପଡିଛନ୍ତି। ଜଣକୁ ଦେଲେ ଅନ୍ୟ ଜଣ ପ୍ରତି ଅନ୍ୟାୟ ହେବ। କୌଣସି ଦଳକୁ ନଦେଖି ଲୋକେ ଏବେ ଏହି ଦୁଇ ବନ୍ଧୁଙ୍କ ମୁହଁକୁ ଦେଖୁଛନ୍ତି। ଦୁହେଁ ଦୁଇ ଦଳର ଜଣେ ଜଣେ କର୍ମୀ। ତେବେ ଦୁହେଁ କିନ୍ତୁ ଭାଇଚାରାରରେ ଲଡେଇ କରିବେ ବୋଲି କହିଛନ୍ତି। ଲୋକେ ଯାହାକୁ ପସନ୍ଦ କରିବେ ସେ ଜିତିବ ବୋଲି କହିଛନ୍ତି। ଆମେ ବନ୍ଧୁ ଥିଲୁ ଏବଂ ଆଗକୁ ଥିବୁ ବୋଲି ତୁହେଁ କହିଥିଲେ। ହାରଜିତ ଲାଗିଛି। କିଏ ଜିତିବ ଏବଂ କିଏ ହାରିବ। ଗତ କିଛିଦିନ ତଳେ ବିଜେପିର ପ୍ରାର୍ଥୀ ମାଣିକ ଚକ୍ରବର୍ତ୍ତୀ ଡିଏନକେରେ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ବିଜେଡି ପ୍ରାର୍ଥୀ ତଥା ତାଙ୍କ ବନ୍ଧୁ ଗଣେଶ ତୁରନ୍ତ ତାଙ୍କୁ ଦେଖା କରିବାକୁ ତାଙ୍କ ଘରକୁ ଯାଇଥିଲେ।ଯାହାକି ଭାଇଚାରାର ଏକ ଉଦାହରଣ। ଦୁହେଁ ଯେତେ ବଡ ପ୍ରତିଦ୍ବନ୍ଦୀ ହେଲେ ମଧ୍ୟ ନିଜନିଜ ମଧ୍ୟରେ ରହିଥିବା ଭାଇଚାରାକୁ କେବେ ହେଲେ ମଳିନ ହେବାକୁ ଦେବେ ନାହିଁ ବୋଲି କହନ୍ତି। କେବଳ ଏହି ଗୋଟିଏ ୱାର୍ଡ ନୁହେଁ ବରଂ ସବୁ ୱ‌ାର୍ଡରେ ଏଭଳି ବନ୍ଧୁ, ଭାଇଭାଇ, ଭଉଣୀ ଭଉଣୀ ମଧ୍ୟରେ ଲଢେଇ ହେଉଛି।

ସମ୍ବନ୍ଧିତ ଖବର