ପଞ୍ଚାୟତ ଲଢେ଼ଇରେ ଉଚ୍ଚଶିକ୍ଷିତ: ମଇଦାନରେ ଏମ୍‌ଟେକ୍‌, ବିଟେକ୍‌, ପ୍ରଫେସର‌ ପ୍ରାର୍ଥୀ

ବାଦ୍‌ ପଡ଼ିନାହାନ୍ତି ନର୍ସ, ଆଇନଜୀବୀ

କେନ୍ଦ୍ରାପଡ଼ା: କିଏ ଏମ୍‌ଟେକ୍‌ ପାସ୍‌ କରିଛନ୍ତି ତ’ କିଏ ବି-ଟେକ୍‌। ପୁଣି କାହାର ଶିକ୍ଷାଗତ ଯୋଗ୍ୟତା ବିଇଡି ଏମ୍‌ଏ ତ’ କାହାର ବୃତ୍ତି ଥିଲା ନର୍ସ, ପ୍ରଫେସର‌୍‌, ଆଇନଜୀବୀ…। କିନ୍ତୁ ଏମାନେ ସମସ୍ତେ ଏବେ ପ˚ଚାୟତ ନିର୍ବାଚନ ମଇଦାନରେ। କିଏ ସରପ˚ଚ ପାଇଁ ତ’ କିଏ ସମିତି ସଭ୍ୟ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଉଚ୍ଚ ଶିକ୍ଷିତ ହୋଇ ମଧୢ ଚାକିରି ନ କରି ନିର୍ବାଚନରେ ସିଧାସଳଖ ଲମ୍ଫ ଦେବା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ ବୋଲି ବିଚାର କରାଯାଉଛି। ବିଭିନ୍ନ ପ˚ଚାୟତରେ ଲଢ଼ୁଥିବା ଏହି ଶିକ୍ଷିତ ପ୍ରାର୍ଥୀମାନଙ୍କୁ ନେଇ ଚର୍ଚ୍ଚା ଯେତିକି ହେଉଛି, ତା’ଠୁ ଅଧିକ ନିର୍ବାଚନରେ ଏମାନଙ୍କ ଯୋଗଦାନକୁ ବୁଦ୍ଧଜୀବୀ ତଥା ରାଜନୈତିକ ବିଶେଷଜ୍ଞମାନେ ପ୍ରଶ˚ସା କରିଛନ୍ତି। କେନ୍ଦ୍ରାପଡ଼ା ବ୍ଲକ୍‌ ଇନ୍ଦୁପୁର ପ˚ଚାୟତରେ ସରପ˚ଚ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ୁଛନ୍ତି ଚନ୍ଦନ ସାହୁ। ଅ˚ଚଳରେ ଜଣେ ଶିକ୍ଷିତ ଯୁବକ ଭାବେ ପରିଚିତ। ଶିକ୍ଷାଗତ ଯୋଗ୍ୟତା ହେଉଛି ବିଇଡି, ଏମ୍‌ଏ। ନାର୍ଗାଜୁନ ବିଶ୍ବବିଦ୍ୟାଳୟରୁ ବିଇଡି ପାସ୍‌ କରିବା ପରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଶିକ୍ଷାରେ ମାଷ୍ଟର‌୍‌ ଡିଗ୍ରି ହାସଲ କରିଛନ୍ତି। ଚାହିଁଥିଲେ ଚାକିରି କରିପାରିଥା’ନ୍ତେ। କିନ୍ତୁ ଚାକିରି ପ୍ରତି ମନ ନ ବଳାଇ ଜନସେବାକୁ ବ୍ରତୀ କରିଥିଲେ। ବିଭିନ୍ନ ସ୍ବେଚ୍ଛାସେବୀ ସ˚ଗଠନ ଜରିଆରେ ସମାଜସେବା କରି ଆସୁଥିବା ଚନ୍ଦନ ଏଥର ପ˚ଚାୟତବାସୀଙ୍କ ସେବା କରିବା ପାଇଁ ନିର୍ବାଚନ ମଇଦାନକୁ ଲମ୍ଫ ଦେଇଛନ୍ତି।

ସରପଞ୍ଚ ପ୍ରାର୍ଥୀ ହୋଇ ଲୋକଙ୍କ ଘର ଘର ବୁଲି ଭୋଟ୍‌ ମାଗିବା ସହିତ ଜନସେବାକୁ ଅଧିକ ପ୍ରଭାବୀ କରିବା ପାଇଁ ଅ˚ଚଳବାସୀଙ୍କ ସମର୍ଥନ ଓ ଆଶୀର୍ବାଦ ଲୋଡ଼ୁଛନ୍ତି। ଅନୁରୂପ ଦୃଶ୍ୟ ଶ୍ୟାମସୁନ୍ଦରପୁର ପ˚ଚାୟତରେ ବି ଦେଖିବାକୁ ମିଳିଛି। ବିଟେକ୍‌ ପାସ୍‌ କରିଥିବା ସୁଶ୍ରୀମୟୀ ସେଠୀ ସରପ˚ଚ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୨୦ଟି ଵାର୍ଡ ବିଶିଷ୍ଟ ଏହି ପ˚ଚାୟତରେ ତାଙ୍କ ସହିତ ଲଢେ଼ଇରେ ଆଠ ଜଣ ପ୍ରାର୍ଥୀ ଅଛନ୍ତି। ସେହିପରି ଆଉ ଜଣେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ହେଉଛନ୍ତି ସିଦ୍ଧାନ୍ତ ସେଠୀ। ଡେରାବିଶ ବ୍ଲକ୍‌ ଗୋଲରାହାଟ ପ˚ଚାୟତରେ ସମିତି ସଭ୍ୟ ଭାବେ ଲଢ଼ୁଥିବା ସିଦ୍ଧାନ୍ତ ବି-ଟେକ୍‌ ପାସ୍‌ କରିଛନ୍ତି।

ମହାକାଳପଡ଼ା ବଡ଼କୂଳ ପ˚ଚାୟତର ସରପ˚ଚ ଭାବେ ଲଢ଼ୁଥିବା ପ୍ରଜ୍ଞାପରମିତା କର ତ’ ନିର୍ବାଚନ ଲଢ଼ିବା ପାଇଁ ପ୍ରଫେସର‌୍‌ ପଦବି ଛାଡ଼ି ଦେଇଛନ୍ତି। ସେ ଭୁବନେଶ୍ବରର ଏକ ଘରୋଇ ଇ˚ଜିନିୟରି˚ କଲେଜରେ ସହକାରୀ ପ୍ରଫେସର‌୍‌ ଥିଲେ। ସେହିଭଳି ଦେଉଳପଡ଼ା ପ˚ଚାୟତର ସରପ˚ଚ ପ୍ରାର୍ଥୀ ଅଞ୍ଜନା ବେହେରା ନର୍ସ ଥିଲେ। କିନ୍ତୁ ଚାକିରି ଛାଡ଼ି ଏବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଆଇନଜୀବୀ ବି ଏହି ପ୍ରକରଣରୁ ବାଦ୍‌ ପଡ଼ିନାହାନ୍ତି। ଜମଧର ପ˚ଚାୟତରେ ସରପ˚ଚ ଭାବେ ଲଢ଼ୁଥିବା ସ˚ଗ୍ରାମ କେଶରୀ ସି˚ହ କେନ୍ଦ୍ରାପଡ଼ା କୋର୍ଟରେ ଆଇନଜୀବୀ ଥିଲେ। କିନ୍ତୁ ଏବେ ନିର୍ବାଚନ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଶିକ୍ଷିତ ଲୋକ ରାଜନୀତିକୁ ଆସିବା ଉପରେ ସବୁବେଳେ ଗୁରୁତ୍ବ ଦିଆଯାଇଛି। ଏଭଳି ସ୍ଥିତରେ ଗଣତନ୍ତ୍ରର ତଳ ସୋପାନ କୁହାଯାଉଥିବା ପ˚ଚାୟତ ନିର୍ବାଚନରେ ଉପରୋକ୍ତ ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ ପ୍ରାର୍ଥୀ ହେବା ନିଶ୍ଚିତ ଭାବେ ଗଣତନ୍ତ୍ରକୁ ସୁଦୃଢ଼ କରିବ ବୋଲି ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର