ଚୂଡ଼ାନ୍ତ ପଞ୍ଚାୟତ ସ˚ରକ୍ଷଣ ଆସନ: ଯାହା ଥିଲା, ସେୟା ରହିଲା

କେନ୍ଦ୍ରାପଡ଼ା: ପଞ୍ଚାୟତ ନିର୍ବାଚନ ନିମନ୍ତେ ଆଜି ଚୂଡ଼ାନ୍ତ ସ˚ରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ଜିଲ୍ଳାପାଳଙ୍କ ଦ୍ବାରା ୨୪୯ଟି ପ˚ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୯ଟି ପ˚ଚାୟତ ସମିତି ଅଧୢକ୍ଷ ଏବ˚ ୩୬୯୮ଵାର୍ଡ ସଭ୍ୟ ପାଇଁ ଜାରି ହୋଇଥିବା ଏହି ତାଲିକାରେ କିଛି ପରିବର୍ତ୍ତନ ହୋଇନାହିଁ। ପୂର୍ବ ପ୍ରସ୍ତାବିତ ସ˚ରକ୍ଷଣ ଆସନ ଯାହା ଥିଲା, ସେୟା ରହିଛି। ଫଳରେ ଚୂଡ଼ାନ୍ତ ତାଲିକାରେ ପରିବର୍ତ୍ତନ ହେବା ନେଇ ଯେଉଁ ଆଶାୟୀମାନେ ଆଶା ରଖିଥିଲେ, ସେମାନଙ୍କ ନିର୍ବାଚନ ଲଢ଼ିବା ଆଶା ଧୂଳିସାତ୍‌ ହେଇଯାଇଛି। ଓବିସି ବର୍ଗଙ୍କୁ ପଞ୍ଚାୟତ ନିର୍ବାଚନରେ ସ˚ରକ୍ଷଣ ମିଳିବ ନାହିଁ ବୋଲି ହାଇକୋର୍ଟ ରାୟ ଦେବା ପରେ ଗତ ଡିସେମ୍ବର ୨୭ତାରିଖରେ ପ୍ରଶାସନ ସ˚ଶୋଧିତ ସ˚ରକ୍ଷଣ ଚିଠା ପ୍ରସ୍ତାବ ପ୍ରକାଶ କରିଥିଲା। ଜିଲ୍ଲାପାଳଙ୍କ ଦ୍ବାରା ଜାରି ହୋଇଥିବା ଏହି ସ˚ରକ୍ଷଣ ପ୍ରସ୍ତାବରେ ଅନେକ ସରପ˚ଚ, ସମିତି ସଭ୍ୟ ପଦଠୁ ନେଇ ପ˚ଚାୟତ ସମିତି ସଭ୍ୟ ଅଧୢକ୍ଷ ପଦ ବଦଳି ଯାଇଥିଲା। ବିଶେଷ କରି ଓବିସି ବର୍ଗଙ୍କ ପାଇଁ ସ˚ରକ୍ଷିତ ଥିବା ଆସନ ଅ˚ସରକ୍ଷିତ ଅଥବା ଏସ୍‌ସି କିମ୍ବା ଏସ୍‌ଟି ବର୍ଗଙ୍କ ପାଇଁ ସ˚ରକ୍ଷିତ ପ୍ରସ୍ତାବ ରଖାଯାଇଥିଲା। ଜାନୁଆରୀ ୩ତାରିଖ ସୁଦ୍ଧା ପ୍ରସ୍ତାବିତ ଏହି ସ˚ରକ୍ଷଣ ଆସନ ଉପରେ ଆପତ୍ତି ଅଭିଯୋଗ ଜଣାଇବାକୁ ଜିଲ୍ଲାବାସୀଙ୍କୁ ବିଜ୍ଞପ୍ତିରେ କୁହାଯାଇଥିଲା। ତଦନୁଯାୟୀ, ଜିଲ୍ଲା ପରିଷଦ, ପ˚ଚାୟତ ସମିତି ଅଧୢକ୍ଷ, ସରପଞ୍ଚ, ସମିତି ସଭ୍ୟ ଏବ˚ ଵାର୍ଡ ସଭ୍ୟ ପାଇଁ ପ୍ରସ୍ତାବିତ ଥିବା ସ˚ରକ୍ଷଣ ଆସନ ପରିବର୍ତ୍ତନ ନିମନ୍ତେ ମୋଟ ୧୬୨ଟି ଅଭିଯୋଗ ପ୍ରଶାସନ ପାଖେ ପଡ଼ିଥିଲା। ଜାନୁଆରୀ ୪ ଓ ୫ତାରିଖରେ ଏହା ଯାଞ୍ଚ କରାଯାଇଥିଲା। ଏହାପରେ ଜିଲ୍ଲାପାଳ ଅଭିଯୋଗ ଗୁଡ଼ିକର ଶୁଣାଣି କରିବା ପରେ ଗୁରୁବାର ଚୂଡ଼ାନ୍ତ ସ˚ରକ୍ଷଣ ଚିଠା ତାଲିକାରେ ମୋହର ମାରିଥିଲେ।

ଆଜି ପ୍ରଶାସନ ଜାରି କରିଥିବା ୨୪୯ଟି ପ˚ଚାୟତର ସରପଞ୍ଚ ଆସନ ମଧୢରୁ ୯୪ଟି ଅସ˚ରକ୍ଷିତ ମହିଳାଙ୍କ ପାଇଁ ସ˚ରକ୍ଷିତ ରଖାଯାଇଥିବା ବେଳେ ୯୨ଟି ଅ˚ସରକ୍ଷିତ, ୩୩ଟି ଏସ୍‌ସି ମହିଳା ଏବ˚ ୩୦ଟି ଏସ୍‌ସି ବର୍ଗଙ୍କ ନିମନ୍ତେ ସ˚ରକ୍ଷିତ ରହିଛି। ସେହିପରି ୯୭ଟି ସମିତି ସଭ୍ୟ ଆସନ ଅସ˚ରକ୍ଷିତ ବର୍ଗଙ୍କ ନିମନ୍ତେ ସ˚ରକ୍ଷିତ ରହିଥିବା ବେଳେ ୮୭ଟି ଅସ˚ରକ୍ଷିତ ମହିଳା, ୩୧ଟି ଏସ୍‌ସି ମହିଳା, ୨୫ଟି ଏସ୍‌ସି ଏବ˚ ୯ଟି ଏସ୍‌ଟି ମହିଳାଙ୍କ ପାଇଁ ସ˚ରକ୍ଷିତ ରଖାଯାଇଛି। ୯ଟି ପ˚ଚାୟତ ସମିତି ଅଧୢକ୍ଷ ଆସନ ମଧୢରୁ ରାଜନଗର, ମାର୍ଶାଘାଇ ଓ ମହାକାଳପଡ଼ା ଅସ˚ରକ୍ଷିତ ମହିଳାଙ୍କ ପାଇଁ ସ˚ରକ୍ଷିତ ରଖାଯାଇଥିବା ବେଳେ ରାଜକନିକା, ପଟ୍ଟାମୁଣ୍ତାଇ ଓ ଗରଦପୁର ବ୍ଲକ୍‌ ଅସ˚ରକ୍ଷିତ,  କେନ୍ଦ୍ରାପଡ଼ା ଓ ଡେରାବିଶ ବ୍ଲକ୍‌ ଏସ୍‌ସି ମହିଳା ଏବ˚ ଆଳି ବ୍ଲକ୍‌ ଅଧୢକ୍ଷ ଆସନ ଏସ୍‌ସି ବର୍ଗର ଲୋକଙ୍କ ନିମନ୍ତେ ସ˚ରକ୍ଷିତ ରହିଛି। ଅନୁରୂପ ଭାବେ ୩୬୯୮ଵାର୍ଡ ସଭ୍ୟ ଆସନ ମଧୢରୁ  ୧୪୩୬ଟି ଅସ˚ରକ୍ଷିତ, ୧୩୨୪ଟି ଅସ˚ରକ୍ଷିତ ମହିଳା, ୪୮୪ଟି ଏସ୍‌ସି ମହିଳା, ୩୪୪ଟି ଏସ୍‌ସି, ୧୦୮ଟି ଏସ୍‌ଟି ମହିଳା ଏବ˚ ୨ଟି ଏସ୍‌ଟି ବର୍ଗଙ୍କ ନିମନ୍ତେ ସ˚ରକ୍ଷିତ ରହିଛି। ଲକ୍ଷ୍ୟ କରିବାର କଥା ହେଉଛି, ଗୋଟିଏ ହେଲେ ସରପଞ୍ଚ କିମ୍ବା ପ˚ଚାୟତ ସମିତି ଅଧୢକ୍ଷ ଆସନ ଏସ୍‌ଟି ବର୍ଗଙ୍କ ନିମନ୍ତେ ସ˚ରକ୍ଷିତ ନାହିଁ। ୯ଟି ସମିତି ସଭ୍ୟ ଆସନ ଏବ˚ ୧୧୦ଟି ଵାର୍ଡ ସଭ୍ୟ ଆସନ ଏସ୍‌ଟି ବର୍ଗଙ୍କ ପାଇଁ ସ˚ରକ୍ଷିତ ରହିଛି। ଜିଲ୍ଲାର ମୋଟାମୋଟି ସବୁ ପ˚ଚାୟତ ଏବ˚ ବ୍ଲକ୍‌ ଅଧୢକ୍ଷ ଆସନର ସ˚ରକ୍ଷଣ ଚିତ୍ର ସ୍ପଷ୍ଟ ହେଇଯିବା ପରେ ଏବେ ଆଶାୟୀ ପ୍ରାର୍ଥୀଙ୍କ ମଧୢରେ ପ୍ରଭାବ ଆଉ ପତିଆରାକୁ ନେଇ ପ୍ରକୃତ ଲଢେ଼ଇ ଦେଖିବାକୁ ମିଳିବା ସହିତ ଛକ ଛକରେ ଚର୍ଚ୍ଚା ଆରମ୍ଭ ହେଇଯିବ।

ସମ୍ବନ୍ଧିତ ଖବର