ମାଲକାନଗିରି: ମାଲକାନଗିରି ବାର ଆସୋସିଏସନ ତରଫରୁ ଆଜି ଥିଲା ନିର୍ବାଚନ। ଆଜି ସକାଳୁ ହିଁ ନିର୍ବାଚନର ଉଷ୍ମତା ଦେକିବାକୁ ମିଳିଥିଲା।ଆଜିର ନିର୍ବାଚନରେ ମୋଟ ୯୪ ଜଣ ଓକିଲ ନିଜର ମତଦାନ କରିଥିଲେ। ତେବେ ସଭାପତି ପଦବୀ ପାଇଁ ପୂର୍ବରୁ ହିଁ ଟକ୍କର ହେବ ବୋଲି ଜଣାପଡିଥିଲା। ସଭାପତି ପଦବୀ ପାଇଁ ପ୍ରଭାକର ପ୍ରଧାନ ଏବଂ ଦୁର୍ଗା ତ୍ରିପାଠୀଙ୍କ ମଧ୍ୟରେ ଲଢେଇ ହୋଇଥିଲା। ପ୍ରଭାକର ପ୍ରଧାନ ୫୦ଟି ଭୋଟ ପାଇଥିବା ବେଳେ ଦୁର୍ଗା ତ୍ରିପାଠୀ ୪୪ଟି ଭୋଟ ପାଇଥିଲେ। ପ୍ରଭାକର ପ୍ରଧାନ ୬ଟି ଭୋଟରେ ବିଜୟୀ ହୋଇଥିଲେ। ସେହିପରି ସଂପାଦକ ପଦବୀ ପାଇଁ ପ୍ରକାଶ ମହାନ୍ତି ୬୩ଟି ଭୋଟ ବାଇଥିବା ବେଳେ ଲମ୍ବୋଦର ତୁର୍କୁ ୩୧ଟି ଭୋଟ ପାଇଥିଲେ। ତେବେ ପ୍ରକାଶ ମହାନ୍ତି ୩୨ଟି ଭୋଟରେ ବିଜୟୀ ହୋଇଥିଲେ।
ଉପସଭାପତି ପଦବୀ ପାଇଁ ମାନସ ସ୍ବାଇଁ ଏବଂ ରାଜେଶ ପଟନାୟକଙ୍କ ମଧ୍ୟରେ ଟକ୍କର ହୋଇଥିଲା। ମାନସ ସ୍ବାଇଁ ୪୮ଟି ଭୋଟ ପାଇଥିବା ବେଳେ ରାଜେଶ ପଟନାୟକ ୨୧ଟି ଭୋଟ ପାଇଥିଲେ। ମାନସ ସ୍ବାଇଁ ୨୭ଟି ଭୋଟରେ ରାଜେଶ ପଟନାୟକଙ୍କ ଠାରୁ ବିଜୟଲାଭ କରିଥିଲେ।ଅନ୍ୟଦୁଇଟି ପଦବୀ ଯଥା କୋଷାଧ୍ୟକ୍ଷ ଏବଂ ସହ ସଂପାଦକ ପାଇଁ ନିର୍ଦ୍ବନ୍ଦରେ ଭାବତୋଷ ବିଶ୍ବାସ ଏବଂ ହୀରଜା ପାଣିଗ୍ରାହୀ ନିର୍ବାଚିତ ହୋଇଥିଲେ। ତେବେ ଆଜି ସକାଳୁ ନିର୍ବାଚନ ପୂର୍ବରୁ ଭୋଟ ଗ୍ରହଣ କେନ୍ଦ୍ରରେ ଏଜେଣ୍ଟମାନଙ୍କୁ ରଖିବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା। ଶେଷରେ ପୁଲିସକୁ ନିର୍ବାଚନ ସ୍ଥାନରେ ଜଗିବାକୁ ପଡିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Mkg-baf-association-election-3.jpg)