ବଢ଼ିଲା ବିଜେପିରେ ଗୋଷ୍ଠୀ କନ୍ଦଳ, ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଲେ ନାକଚ ଜିଲ୍ଲା ପରିଷଦ ପ୍ରାର୍ଥୀ ମୀନାକ୍ଷୀ

ଆଠଗଡ:  ଗତ ୨୦ ତାରିଖରେ ଆଠଗଡ ବ୍ଲକ ୧ ନମ୍ବର ଜୋନରୁ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ରୂପେ ମୀନାକ୍ଷୀ ଜେନା ନାମାଙ୍କନ ପତ୍ର ଦାଖଲ କରିଥିଲେ। ପୁର୍ନଃବାର ୨୧ ତାରିଖରେ ଉକ୍ତ ଜୋନରେ ସନ୍ତୋଷିନୀ ଜେନା ଦଳୀୟ ଟିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ୨୨ ତାରିଖରେ ଯାଞ୍ଚ ପରେ ମୀନାକ୍ଷୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଥିଲା। ଏହାର ପ୍ରତିବାଦରେ ମୀନାକ୍ଷୀ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କୁ ନିଜେ ପ୍ରକୃତ ଦଳୀୟ ପ୍ରାର୍ଥୀ ହେବା ସହ ସନ୍ତୋଷିନୀ ଜେନାଙ୍କ ନାମାଙ୍କନ ପତ୍ର ନାକଚ ପାଇଁ ଲିଖିତ ଅଭିଯୋଗ କରିଥିଲେ। ଆଜି ମୀନାକ୍ଷୀ ଏକ ସାମ୍ବାଦିକ ଆଠଗଡ ଟାଉନର ଉପରସାହି ଠାରେ  ଆହୃତ କରିଥିଲେ। ସେ ଦଳର ଜଣେ ଶୃଙ୍ଖଳିତ ସଭ୍ୟା ଅଟନ୍ତିଜ। ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରଥମେ ୧ ନମ୍ବର ଜୋନରୁ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ରୂପେ ନାମାଙ୍କନ ପତ୍ର ଦାଖଲ କରିଥିଲି। ମାତ୍ର କେଉଁ ଖଳ ପ୍ରକୃତିର ଲୋକ ଦଳର ରାଜ୍ୟ ସାଂଗଠନିକ ସଂପାଦକଙ୍କ ଜାଲ ଦସ୍ତଖତ କରି ଅନ୍ୟ ଜଣେ ପ୍ରାର୍ଥୀ ସନ୍ତୋଷିନୀ ଜେନା ଦଳର ଜାଲ ଟିକେଟ ଦାଖଲ କରି ଆମ ପ୍ରାର୍ଥୀ ପତ୍ରକୁ ନାକଚ କରିଛନ୍ତି। ଯାହାକି ଅଗଣତାନ୍ତିକ ଓ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି।

ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ କିପରି ସନ୍ତୋଷିନୀ ଜେନାଙ୍କ ଦଳୀୟ ଟିକେଟ ଓ  ପ୍ରତ୍ୟାହତ ପତ୍ରର ସତ୍ୟତା ଯାଞ୍ଚ ନ କରି ତତ୍‌କ୍ଷଣ ମୀନାକ୍ଷୀଙ୍କ ପ୍ରାର୍ଥୀ ପତ୍ର ନାକଚ କଲେ। ଏ ବିଷୟରେ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପରେ ମଧ କୌଣସି ପଦକ୍ଷେପ ଗ୍ରହଣ କରିଲେ ନାହିଁ। ଯାହା ତଦନ୍ତ ସାପେକ୍ଷ ଓ ଆମେ ଏହାର ଦୃଢ ନିନ୍ଦା କରିବା ସହ ଆଇନର ଆଶ୍ରୟ ନେବୁ ବୋଲି ମୀନାକ୍ଷୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।  ବିଜେପିର ସ୍ଥାନୀୟ ନେତୃତ୍ୱ ବ୍ରଜେନ୍ଦ୍ର ରାୟଙ୍କ ଉପରେ ଆରୋପ ଲଗାଇଛନ୍ତି। ଘଟଣାର ବିଧିବଦ୍ଧ ତଦନ୍ତ ସହ ଏଥିରେ ସଂପୃକ୍ତ ଦଳ ବିରୋଧୀ ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣା ସଂପର୍କରେ ଦଳୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିବା ମୀନାକ୍ଷୀ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଆଇନଜୀବୀ ଜ୍ଞାନରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର