ଟାଙ୍ଗୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅଞ୍ଚଳ। ସମିତିସଭ୍ୟ, ସରପଞ୍ଚ ଓ ୱାର୍ଡସଭ୍ୟ ନିର୍ବାଚନ ପାଇଁ ନାମାଙ୍କନ ସରିବା ପରେ ପ୍ରାର୍ଥିପତ୍ର ନାକଚ ଓ ପ୍ରତ୍ୟାହାର ପରେ ମଇଦାନରେ ମୋଟ୍ ୮୭୩ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ୨୪ଟି ପଞ୍ଚାୟତ ୪ ଟି ଜିଲ୍ଲା ପରିଷଦ ଜୋନ୍ ଓ ୩୬୯ ୱାର୍ଡ ବିଶିଷ୍ଟ ଟାଙ୍ଗୀ-ଚୌଦ୍ୱାର ପଞ୍ଚାୟତ ସମିତିରେ ପ୍ରାର୍ଥୀ ମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ ଲକ୍ଷ ୨୭ ହଜାର ୨୨୭ ଜଣ ଭୋଟର। ୨୪ ପଞ୍ଚାୟତରୁ ୧୦୪ ଜଣ ସମିତିସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଥିବା ବେଳେ ୧୯ ଜଣଙ୍କର ପାର୍ଥିପତ୍ର ନାକଚ ହୋଇଥିଲା। ୧୪ ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ୭୧ ଜଣ ନିର୍ବାଚନ ଲଢୁଛନ୍ତି। ସେହିଭଳି ୧୩୫ ଜଣ ସରପଞ୍ଚ ପଦବି ପାଇଁ ନାମାଙ୍କନ କରିଥିବା ବେଳେ ୨୬ ପ୍ରାର୍ଥିପତ୍ର ନାକଚ ଓ  ୧୯ ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ। ୯୦ ଜଣ ଏବେ ମଇଦାନରେ ଅଛନ୍ତି। ୭୯୯ ଜଣ ୱାର୍ଡ ସଭ୍ୟ ପାଇଁ ନାମାଙ୍କନ କରିଥିବା ବେଳେ ୪୭ ପ୍ରାର୍ଥିପତ୍ର ନାକଚ ଓ  ୪୦ ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ୭୧୨ ଜଣ ନିର୍ବାଚନ ଲଢିବାକୁ ଯାଉଛନ୍ତି।

Advertisment

କେଉଁ ପଞ୍ଚାୟତରୁ କେତେଜଣ
ଆଗ୍ରାହାଟ: ୩ ସମିତିସଭ୍ୟ, ୪ ସରପଞ୍ଚ; ବଡ଼ସାମନ୍ତରାପୁର: ୩ ସମିତିସଭ୍ୟ, ୩ ସରପଞ୍ଚ; ବାଣୀପଦା: ୨ ସମିତିସଭ୍ୟ, ୨ ସରପଞ୍ଚ; ବ୍ରହ୍ମପୁର: ୨ ସମିତିସଭ୍ୟ, ୨ ସରପଞ୍ଚ; ଭଟିମୁଣ୍ଡା: ୩ ସମିତିସଭ୍ୟ, ୬ ସରପଞ୍ଚ; ଗରୁଡ଼ଗାଁ: ୨ ସମିତିସଭ୍ୟ, ୨ ସରପଞ୍ଚ; ଗୋବିନ୍ଦପୁର: ୪ ସମିତିସଭ୍ୟ, ୪ ସରପଞ୍ଚ; ହରିଅନ୍ତା: ୩ ସମିତିସଭ୍ୟ, ୬ ସରପଞ୍ଚ; ଇନ୍ଦ୍ରାଣୀପାଟଣା: ୩ ସମିତିସଭ୍ୟ, ୨ ସରପଞ୍ଚ; ଜରିପଡା: ୨ ସମିତିସଭ୍ୟ, ୪ ସରପଞ୍ଚ; କଖଡ଼ି: ୩ ସମିତିସଭ୍ୟ, ୩ ସରପଞ୍ଚ; କହ୍ନେଇପୁର: ୩ ସମିତିସଭ୍ୟ, ୪ ସରପଞ୍ଚ; କରଞ୍ଜି: ୩ ସମିତିସଭ୍ୟ, ୩ ସରପଞ୍ଚ; କୟଳପଡା: ୫ ସମିତିସଭ୍ୟ, ୩ ସରପଞ୍ଚ; କୋଟସାହି: ୩ ସମିତିସଭ୍ୟ, ୩ ସରପଞ୍ଚ; ମାଗୁରା-ଧାନମଣ୍ଡଳ: ୪ ସମିତିସଭ୍ୟ, ୩ ସରପଞ୍ଚ; ମହିଷାଲଣ୍ଡା: ୪ ସମିତିସଭ୍ୟ, ୬ ସରପଞ୍ଚ; ମଙ୍ଗରାଜପୁର: ୨ ସମିତିସଭ୍ୟ, ୫ ସରପଞ୍ଚ; ନଖରା: ୨ ସମିତିସଭ୍ୟ, ୪ ସରପଞ୍ଚ; ନପଙ୍ଗ: ୪ ସମିତିସଭ୍ୟ, ୭ ସରପଞ୍ଚ; ଶାଳଗାଁ: ୪ ସମିତିସଭ୍ୟ, ୪ ସରପଞ୍ଚ; ଶଙ୍କରପୁର: ୨ ସମିତିସଭ୍ୟ, ୩ ସରପଞ୍ଚ; ସଫା: ୨ ସମିତିସଭ୍ୟ, ୩ ସରପଞ୍ଚ; ଉଚ୍ଚପଦା: ୩ ସମିତିସଭ୍ୟ, ୪ ସରପଞ୍ଚ।