କେନ୍ଦ୍ରାପଡ଼ା: ପଞ୍ଚାୟତ ନିର୍ବାଚନ ପ୍ରାର୍ଥିପତ୍ର ଦାଖଲକୁ ଦୁଇ ଦିନ ବିତିଲାଣି। ୨୨ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ। ଆଉ ଚାରି ଦିନ ବାକି ଅଛି। ବିଜେଡି ଓ କ˚ଗ୍ରେସ ଟିକେଟ୍ରୁ ଜିଲ୍ଲା ପରିଷଦ ଲଢ଼ିବା ପାଇଁ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କଲେଣି। ଆଜି ସୁଦ୍ଧା କ˚ଗ୍ରେସରୁ ତିନି ଏବ˚ ବିଜେଡିରୁ ଦୁଇ ଜଣ ନାମାଙ୍କନପତ୍ର ଦାଖଲ କରି ସାରିଲେଣି। ହେଲେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ବିଜେପିରୁ ଜଣେ ହେଲେ କେହି ଗତ ଦୁଇ ଦିନ ଭିତରେ ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ଯେତେବେଳେ ଅନ୍ୟ ଦୁଇ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବା ଆରମ୍ଭ କରିଦେଲେଣି, ସେତେବେଳେ ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପି ପ୍ରାର୍ଥିପତ୍ର ଦାଖଲ ତ’ ଦୂରର କଥା ଆନୁଷ୍ଠାନିକ ଭାବେ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନପାରିବା ସୂଚାଇ ଦେଉଛି ଯେ ଶାସକ ବିଜେଡି ଓ କ˚ଗ୍ରେସ ତୁଳନାରେ ପ୍ରାର୍ଥୀ ଚୟନରେ ଦଳ କେତେ ପଛରେ ପଡ଼ି ଯାଇଛି। କ˚ଗ୍ରେସ ଏକମାତ୍ର ଦଳ ଭାବେ ପ୍ରଥମେ ୨୪ଟି ଜୋନ୍ର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଆଜି ଦ୍ବିତୀୟ ପର୍ଯ୍ୟାୟରେ ୭ନମ୍ବର ଜୋନ୍କୁ ଛାଡ଼ି ଆଉ ୭ଟି ଜୋନ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ୯ନମ୍ବର ଜୋନ୍ରୁ ପୁଷ୍ପାଞ୍ଜଳି ନାୟକ, ୧୦ରୁ ସୁବାସ ଚନ୍ଦ୍ର ସାମଲ, ୧୧ରୁ ଅନ୍ନପୂର୍ଣ୍ଣା ପୃଷ୍ଟି, ୧୨ରୁ ସସ୍ମିତା ଜେନା, ୧୩ରୁ ଅନସୂୟା ଦାସ ଏବ˚ ୧୪ରୁ ନିର୍ମଳ ଚରଣ ଜେନାଙ୍କ ନାଁ ଜିଲ୍ଲାପରିଷଦ ପ୍ରାର୍ଥୀ ରୂପେ ଘୋଷଣା କରିଛି କ˚ଗ୍ରେସ। ବିଜେଡିରୁ ଆଳି ନିର୍ବାଚନମଣ୍ତଳୀର ୧ନମ୍ବର ଜୋନ୍ରୁ କନକଲତା ବେହେରା ଏବ˚ ୨ନମ୍ବରରୁ ଭୀଷ୍ମ ମହାନ୍ତି ପ୍ରାର୍ଥିପତ୍ର ଦାଖଲ କରିଥିଲେ ମଧୢ ଦଳ ଏଯାଏ କାହାରିକୁ ବିଧିବଦ୍ଧ ଭାବେ ଦଳୀୟ ଟିକେଟ୍ ଦେଇ ନଥିବା ସୂଚନା ମିଳିଛି। ଯାଞ୍ଚ ପୂର୍ବରୁ ସବୁ ପ୍ରାର୍ଥୀ ଦଳୀୟ ଟିକେଟ୍ ଦାଖଲ କରିବେ ବୋଲି କୁହାଯାଉଛି। ଆଳି, ରାଜନଗର ଏବ˚ ମହାକାଳପଡ଼ା ନିର୍ବାଚନମଣ୍ତଳୀରେ ପ୍ରାର୍ଥୀ ଚୟନକୁ ନେଇ ସେଭଳି ସମସ୍ୟା ଉପୁଜି ନଥିବା ଦଳୀୟ ମହଲରୁ ଶୁଣିବାକୁ ମିଳିଛି। ବିଧାୟକଙ୍କ ସୁପାରିସକୁ ହିଁ ଏହି ନିର୍ବାଚନମଣ୍ତଳୀରେ ଚୂଡ଼ାନ୍ତ ବୋଲି ଧରି ନିଆଯାଇଛି।
ହେଲେ ସବୁଠୁ ଅଡ଼ୁଆ ପରିସ୍ଥିତି କେନ୍ଦ୍ରାପଡ଼ା ଓ ପାଟକୁରା ନିର୍ବାଚନମଣ୍ତଳୀକୁ ନେଇ ସୃଷ୍ଟି ହୋଇଛି। ସ˚ଗଠନ ବହୁଧା ଭାଗରେ ବିଭକ୍ତ ଏବ˚ ବିଧାୟକଙ୍କ ବିରୋଧରେ ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀ ଥିବାରୁ ହାଇକମାଣ୍ତଙ୍କ ଉପରେ ପ୍ରାର୍ଥୀ ଚୟନ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା। ଆଜି କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ତଳୀର ୫ଟି ଜୋନ୍ର ପ୍ରାର୍ଥୀଙ୍କ ନାଁ ଦଳ ପକ୍ଷରୁ ବିଧିବଦ୍ଧ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଘୋଷଣା ହୋଇନଥିଲେ ବି ବିଧାୟକଙ୍କୁ ଭେଟି ପ୍ରାର୍ଥୀମାନେ ଆଶୀର୍ବାଦ ନେଇଥିବା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ୫ନମ୍ବର ଜୋନ୍ରୁ ଲଳିତା ଦାସ, ୬ନମ୍ବରରୁ ନିର୍ମଳା ମହାନ୍ତି, ୭ନମ୍ବରରୁ ମଧୁଛନ୍ଦା ମହାନ୍ତି, ୮ନମ୍ବରରୁ ରଶ୍ମିର˚ଜନ ରାଉତ ଏବ˚ ୧୫ନମ୍ବରରୁ ପ୍ରିୟଦର୍ଶିନୀ ତରାଇଙ୍କ ନାଁ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ବୋଲି ଚର୍ଚ୍ଚା ହୋଇଛି। ବଡ଼ କଥା ହେଉଛି ଏହି ପ୍ରାର୍ଥୀମାନଙ୍କ ପରିବାରର ରାଜନୈତିକ ପୃଷ୍ଠଭୂମି ରହିଛି। ଦୁଇ ପ୍ରାର୍ଥୀ ବି ପୂର୍ବତନ କେନ୍ଦ୍ରାପଡ଼ା ବ୍ଲକ୍ ଚେୟାରମ୍ୟାନ୍ଙ୍କ ସ˚ପର୍କୀୟ ଅଛନ୍ତି। ୬ନମ୍ବରର ନିର୍ମଳା ମହାନ୍ତି ପୂର୍ବତନ ଅଧୢକ୍ଷ ପ୍ରଦୀପ୍ତ ମହାନ୍ତିଙ୍କ ପତ୍ନୀ ହୋଇଥିବା ବେଳେ ମଧୁଛନ୍ଦା ମହାନ୍ତି ହେଉଛନ୍ତି ପୂର୍ବତନ ଅଧୢକ୍ଷ ତଥା ସା˚ସଦଙ୍କ କେନ୍ଦ୍ରାପଡ଼ା ବ୍ଲକ୍ ପ୍ରତିନିଧି ଦୁର୍ଗାଶିଷ ମହାନ୍ତିଙ୍କ ଭାଉଜ। ସେହିପରି ୮ନମ୍ବରରୁ ରଶ୍ମିର˚ଜନ ରାଉତ ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତଙ୍କ ପୁଅ ହୋଇଥିବା ବେଳେ ୧୫ନମ୍ବରରୁ ପ୍ରିୟଦର୍ଶିନୀ ତରାଇ ବର୍ତ୍ତମାନ ତରଡ଼ିପାଳ ପ˚ଚାୟତରେ ସରପ˚ଚ ଅଛନ୍ତି। ୫ନମ୍ବରର ଲିଳିତା ଦାସ ପୂର୍ବରୁ ଏସ୍ଏଚ୍ଜି ଗ୍ରୁପ୍ ଏବ˚ ଘରୋଇ ବ୍ୟାଙ୍କ ସହିତ ଜଡ଼ିତ ଥିବା ସୂଚନା ମିଳିଛି। ସେହିପରି ପାଟକୁରା ନିର୍ବାଚନ ମଣ୍ତଳୀରେ ବିଜେଡିର ୧୩ନମ୍ବରରୁ ଗୀତାଞ୍ଜଳି ସେଠୀ, ୧୪ନମ୍ବରରୁ ଆଦିକନ୍ଦ ମଳିକଙ୍କ ନାଁ ସାମ୍ନାକୁ ଆସିଛି। ହେଲେ ବିଜେପି ତାର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାରେ ପଛରେ ପଡ଼ି ଯାଇଛି। ଏକାଧିକ ଆଶାୟୀ ପ୍ରାର୍ଥୀ ଦଳ ପାଇଁ ମୁଣ୍ତବ୍ୟଥାର କାରଣ ପାଲଟିଥିବା କୁହାଯାଉଛି।