ଏବେ ଅସଲ ଲଢ଼େଇ, ବିଜେଡିକୁ ଅସନ୍ତୁଷ୍ଟ; ବିଜେପିକୁ ବିଦ୍ରୋହୀ ଅଡ଼ୁଆ!

ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ, ମଇଦାନରେ ୧୩୧ଜିଲ୍ଲା ପରିଷଦ, ୧୦୨୭ ସରପଞ୍ଚ, ୮୭୨ସମିତି ସଭ୍ୟ

କେନ୍ଦ୍ରାପଡ଼ା: ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ କିଏ କାହା ସହିତ ଲଢ଼ିବ, ସେ ଚିତ୍ର ସ୍ପଷ୍ଟ ହୋଇସାରିଛି। ଏବେ ଅସଲ ଲଢ଼େଇ ଆରମ୍ଭ ହେବାକୁ ଯାଉଥିବାରୁ ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ଜୋରଦାର୍ କରି ଦେଇଛନ୍ତି। କେହି କାହାକୁ ବାଟ ଛାଡ଼ିବା ସ୍ଥିତିରେ ନ ଥିବାରୁ ଗାଁରେ ଗାଁରେ ଭୋଟ୍‌ ରାଜନୀତିକୁ ନେଇ ଚର୍ଚ୍ଚାର ସରଗରମ ହୋଇ ଉଠିଲାଣି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଜିଲ୍ଲାରେ ସମୁଦାୟ ୯ହଜାର ୪୧୦ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ  ୧୩୧ଜଣ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଥିବା ବେଳେ ୧୦୨୭ ସରପ‌ଂଚ, ୮୭୨ଜଣ ସମିତି ସଭ୍ୟ ଏବଂ ୭ହଜାର ୩୮୦ୱାର୍ଡସଭ୍ୟ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ  ସୂଚନା ମିଳିଛି ା ତେବେ ଦଳୀୟ ଚିହ୍ନରେ କେବଳ ଜିଲ୍ଲା ପରିଷଦ ଲଢ଼େଇ ହେବାକୁ ଥିବାରୁ ତାକୁ ନେଇ ସବୁ ମହଲରେ ଚର୍ଚ୍ଚା ଜୋର୍‌ ହେଉଛି ା ବିଜେଡି ପାଇଁ ଟିକଟ୍‌ ପାଇନଥିବା ଅସନ୍ତୁଷ୍ଟ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ବିଜେପି ପାଇଁ ବିଦ୍ରୋହୀ ପ୍ରାର୍ଥୀ ମୁଣ୍ଡବିନ୍ଧାର କାରଣ  ହୋଇଛି ା  କେନ୍ଦ୍ରାପଡା ଜିଲ୍ଲାରେ ପାଞ୍ଚ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ସର୍ବମୋଟ ୧୦ହଜାର ୫୮୭ଟି  ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ସେମାନଙ୍କ ମଧ୍ୟରୁ ୮ହଜାର ୧୬୬ ୱାର୍ଡସଭ୍ୟ, ୧୨୮୫ ସରପ‌ଞ୍ଚ, ୯୯୪ ସମିତି ସଭ୍ୟ ଏବଂ ୧୪୨ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଥିଲେ। ମାତ୍ର ଯାଂଚ ପରେ ୩ ଜିଲ୍ଲା ପରିଷଦ, ୨୯ ସରପ‌ଂଚ, ୮ ସମତିସଭ୍ୟ ଏବଂ ୯୩ ୱାର୍ଡସଭ୍ୟ ପାର୍ଥିପତ୍ର ନାକଚ ହେଇଯାଇଥିଲା। ଏହାପରେ ପ୍ରାଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟାରେ ମୋଟ ୮ ଜିଲ୍ଲା ପରିଷଦ, ୨୨୯ଜଣ ସରପ‌ଂଚ, ୧୧୪ ସମିତିସଭ୍ୟ ଏବଂ ୬୯୩ଜଣ ୱାର୍ଡସଭ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇ ନିର୍ବାଚନରୁ ଓହରି ଯାଇଥିଲେ ା  ଏବେ ସ୍ପଷ୍ଟ ଚିତ୍ର ଆସିଯାଇଥିବାରୁ ଜିଲ୍ଲା ପରିଷଦ ଜୋନ୍‌ସ୍ତରରୁ ନେଇ ୱାଡର୍ଡଯାଏ ସବୁଠୁ ପ୍ରାର୍ଥୀ ମାନେ ଜିତିବା ପାଇଁ ‌ପୂରା ଦମ ଲଗାଇ ଦେଇଛନ୍ତି ା ଗାଡ଼ି ପ୍ରଚାର, ନିର୍ବାଚନୀ ସଭା ଉପରେ ରୋକ୍ ଥିବାରୁ ପ୍ରାର୍ଥୀମାନେ ଘର ଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି ା  ତେବେ ଯଦିଓ ସରପଂଚ, ସମିତି ସଭ୍ୟ ଏବଂ ୱାର୍ଡସଭ୍ୟଙ୍କ ଦଳୀୟ ଚିହ୍ନ ନାହିଁ; କିନ୍ତୁ ଅଧିକାଂଶ ପ୍ରାର୍ଥୀ କୌଣସି ନା କୌଣସି ଦଳର ସମର୍ଥିତ ହେଇ ଲଢ଼ୁଛନ୍ତି ା ସବୁଠୁ ଅଧିକ ଚର୍ଚ୍ଚା ଜିଲ୍ଲା ପରିଷଦ ଓ ସରପଂଚକୁ ନେଇ ହେଉଛି ା

ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ପାଇଁ ଟିକଟ ପାଇନଥିବା ଅସନ୍ତୁଷ୍ଟ ନେତା ଅଡୁଆ ପରିସ୍ଥିତି  ସୃଷ୍ଟି କରିଥିବା ବେଳେ ବ‌ିଜେପି ପାଇଁ ବିଦ୍ରୋହୀ ପ୍ରାର୍ଥୀ ସିଧାସଳଖ ମୁଣ୍ଡବିନ୍ଧାର କାରଣ ପାଲଟିଛି ା ବିଜେପିରୁ ସର୍ବାଧିକ ୧୧ ବିଦ୍ରୋହୀ ପ୍ରାର୍ଥୀ ସ୍ବାଧୀନ ରୂପେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ା ହେଲେ ଦଳୀୟ ନେତୃମଣ୍ଡଳୀ ବୁଝାସୁଝା କରି ମାତ୍ର ତିନି ଜଣଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବାରେ ସଫଳ ହେଇଥିବା ବେଳେ ବାକି ୮ଜଣ ମଇଦାନରେ ଏବେ ସ୍ବାଧୀନ ଭାବେ ଲଢ଼ୁଛନ୍ତି, ଯାହା ବିଜେପି ଭୋଟ୍‌କୁ ପ୍ରଭାବିତ କରିପାରେ ା ଅନ୍ୟପକ୍ଷରେ ବିଜେଡି କିନ୍ତୁ ଏ କ୍ଷେତ୍ରରେ ବିଦ୍ରୋହୀଙ୍କୁ ମନାଇ ନିର୍ବାଚନରୁ ଦୂରେଇ ରଖିବାରେ ସଫଳ ହୋଇଛି ା ଯେଉଁ ଦୁଇ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ, ସେମାନେ ପ୍ରତ୍ୟାହାର କରି ନେଇଥିଲେ ବି ଭୋଟ୍‌ରେ ଯେ ଏମାନେ ସଂପୂର୍ଣ୍ଣ ଭାବେ ଦଳୀୟ ପ୍ରାର୍ଥୀକୁ ସମର୍ଥନ ଦେବେ, ତାହା ଆଖିବୁଜି ମାନି ନେଇ ହେବ ନାହିଁ। ଏହାର ଝଲକ ବି ୮ନମ୍ବର ଜୋନ୍‌ରେ ଦେଖିବାକୁ ମିଳିଲାଣି ା ଏହି ଜୋନ୍‌ରୁ ଦାବିଦାର ଥିବା ଦୁଇ ଜଣଙ୍କୁ ଟିକଟ୍ ନ ମିଳିବା ପରେ ସେମାନେ ଏବେ ଦଳୀୟ ପ୍ରାର୍ଥୀ ରଶ୍ମିରଂଜନ ରାଉତଙ୍କ ସପକ୍ଷରେ ସାମ୍ନାକୁ ଆସୁନାହାନ୍ତି। ଏପରିକି ପଂଚାୟତସ୍ତରରେ ଯେଉଁ ଛୋଟ ସଭା ବି ହେଉଛି, ସେଥିରେ ବି ଏମାନଙ୍କ ସମର୍ଥିତ ଗୋଷ୍ଠୀଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଛି। ୮ନମ୍ବର ଜୋନ୍‌କୁ ଯଦି ଉଦାହରଣ ଭାବେ ନେବା, ତେବେ ପ୍ରାୟତଃ ଅଧିକାଂଶ ଜୋନ୍‌ରେ ଉଣାଅଧିକେ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଲାଣି। କଂଗ୍ରେସ ବି ତାର ପୂବର୍ବସ୍ଥିତି ଫେରି ପାଇବା ପାଇଁ ରଣନୀତି ପ୍ରସ୍ତୁତିରେ ଲାଗି ରହିଥିବାରୁ ଆଗକୁ ଲଢ଼େଇ ରୋଚକ ହେବାକୁ ଯାଉଛି ା

ସମ୍ବନ୍ଧିତ ଖବର