ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ତିନି ଗୁଣ ବଢ଼ିଲା ସମ୍ବେଦନଶୀଳ ବୁଥ୍‌

କେନ୍ଦ୍ରାପଡ଼ା: ଆଉ ସପ୍ତାହକ ପରେ ପ୍ରଥମ ପର୍ଯ୍ୟାୟ ପ˚ଚାୟତ ନିର୍ବାଚନ ଭୋଟ୍‌ ଆରମ୍ଭ ହେବ। ଆଳି ଓ ଡେରାବିଶ ବ୍ଲକ୍‌ରୁ ଶୁଭାରମ୍ଭ ହେବାକୁ ଥିବା ଏହି ଭୋଟ୍‌ ପୂର୍ବରୁ ପ୍ରଶାସନ ଘୋଷଣା କରିଛି ବୁଥ୍‌ ସ୍ଥିତି। ଗତ ୨୦୧୭ନିର୍ବାଚନ ତୁଳନାରେ ଏଥର ସମ୍ବେଦନଶୀଳ ବୁଥ୍‌ ସ˚ଖ୍ୟା ତିନି ଗୁଣ ଅଧିକ ବଢ଼ିଛି। ଅର୍ଥାତ୍‌ ଏସବୁ ବୁଥ୍‌ରେ ସୁରକ୍ଷିତ ଭୋଟଦାନ ପ୍ରତି ଆଶଙ୍କା ରହିଛି। କୌଣସି ମୁହୂର୍ତ୍ତରେ ବି ଗଣ୍ତଗୋଳ ଉପୁଜିପାରେ। ପ୍ରଶାସନ ଏହି ଆଶଙ୍କା କରି ଦେଢ଼ ହଜାରରୁ ଅଧିକ ବୁଥ୍‌କୁ ସମ୍ବେଦନଶୀଳ ଘୋଷଣା କରିଥିବାରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ପୁଲିସ ପ୍ରଶାସନର ପଦକ୍ଷେପ ଉପରେ ସଭିଙ୍କ ନଜର ରହିଛି। ତିନି ଗୁଣ ବଢ଼ିଲା ସମ୍ବେଦନଶୀଳ ବୁଥ୍‌କେନ୍ଦ୍ରାପଡ଼ା ଜିଲ୍ଲାରେ ରହିଛି ସମୁଦାୟ ୨୪୯ପଞ୍ଚାୟତ, ୩୬୯୮ଟି ବୁଥ୍‌। ସେଥିମଧୢରୁ ୧୫୭୨ଟି ବୁଥକୁ ପ୍ରଶାସନ ସମ୍ବେଦନଶୀଳ ଘୋଷଣା କରିଥିବା ୫୨ଟି ବୁଥ୍‌ ନିମନ୍ତେ ସ୍ଥାୟୀ ଗୃହ ନାହିଁ। ଅସ୍ଥାୟୀ କେନ୍ଦ୍ରକୁ ବୁଥ୍‌ ରୂପେ ଗ୍ରହଣ କରାଯାଇ ମତଦାନ ହେବ। ଗତ ପ˚ଚାୟତ ନିର୍ବାଚନରେ ବୁଥ୍‌ ସ˚ଖ୍ୟା ସମାନ ଥିଲେ ବି ସମ୍ବେଦନଶୀଳ ବୁଥ୍‌ ସ˚ଖ୍ୟା ୫୬୮ଥିଲା। ଅସ୍ଥାୟୀ କେନ୍ଦ୍ରରେ ବୁଥ୍‌ ହେଇଥିବା ସ˚ଖ୍ୟା ୮୪ଥିଲା। ହେଲେ ଏଥର ଅସ୍ଥାୟୀ କେନ୍ଦ୍ରରେ ବୁଥ୍‌ ସ˚ଖ୍ୟା କମିଥିଲେ ବି ସମ୍ବେଦନଶୀଳ ବୁଥ୍‌ ତିନି ଗୁଣ ଅଧିକ ଦର୍ଶାଯିବା ସୂଚାଇ ଦେଉଛି ଯେ ସୁରକ୍ଷିତ ଭୋଟଦାନ ଏକ ବଡ଼ ପ୍ରସଙ୍ଗ ହେବ। ଆସନ୍ତା ୧୬ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଆଳି ଓ ଡେରାବିଶ ବ୍ଲକ୍‌ରୁ ଆରମ୍ଭ ହେବ। ଆଳି ବ୍ଲକ୍‌ର ୩୪ପ˚ଚାୟତ, ୪ଟି ଜିଲ୍ଲା ପରିଷଦ ଜୋନ୍‌ ଏବ˚ ଡେରାବିଶ ବ୍ଲକ୍‌ର ୨୬ପ˚ଚାୟତ ଓ ୩ଟି ଜୋନ୍‌ରେ ଏହି ଭୋଟ୍‌ ପଡ଼ିବ। ସମୁଦାୟ ଜିଲ୍ଲାରେ ୧୧ଲକ୍ଷ ୪୭ହଜାର ୯୮୧ଭୋଟର‌୍‌ଙ୍କ ମଧୢରୁ ଉପରୋକ୍ତ ଦୁଇ ବ୍ଲକ୍‌ର ୨ଲକ୍ଷ ୫୬ହଜାର ୪୯୨ ମତଦାତା ସେମାନଙ୍କ ପସନ୍ଦର ପ୍ରାର୍ଥୀ ବାଛିବେ।

ଏଥିପାଇଁ ଆଳି ବ୍ଲକ୍‌ରେ ୪୯୦ଟି ବୁଥ୍‌ କେନ୍ଦ୍ର କରାଯାଇଥିବା ବେଳେ ଡେରାବିଶରେ ୩୭୧ଟି ସ୍ଥାୟୀ ଏବ˚ ୧୯ଟି ଅସ୍ଥାୟୀ କେନ୍ଦ୍ରରେ ବୁଥ୍‌ କରାଯାଇଛି। ଭୋଟ ଗ୍ରହଣ ଯେତିକି ପାଖେଇ ଆସୁଛି, ପ˚ଚାୟତରେ ନିର୍ବାଚନୀ ମାହୋଲ୍‌ ସରଗରମ ହେବାରେ ଲାଗିଛି। ଗାଁ ଗାଁରେ ଭୋଜିଭାତ ଜମୁଛି। ପ୍ରାର୍ଥୀ ମାନେ ଘର ଘର ବୁଲି ଭୋଟ୍‌ ଭିକ୍ଷା କରୁଥିବା ବେଳେ ଦୁଇ ଗୋଷ୍ଠୀ ମଧୢରେ ଛକାପଞ୍ଝା ବି ଦେଖିବାକୁ ମିଳିଲାଣି। ଏ ସବୁ ଭିତରେ ଆଉ ସପ୍ତାହକ ପରେ ଭୋଟ୍‌ ପଡ଼ିବା ଆରମ୍ଭ ହେବାକୁ ଯାଉଥିବାରୁ ତିନି ଗୁଣ ଅଧିକ ସମ୍ବେଦନଶୀଳ ବୁଥ୍‌ ବଢ଼ିଯିବା ସୁରକ୍ଷା ଦୃଷ୍ଟିକୋଣରୁ ପୁଲିସ ପ୍ରଶାସନ ପାଇଁ ଚାଲେଞ୍ଜ ରହିବ। ଏ ସବୁ ସମ୍ବେଦନଶୀଳ ବୁଥ୍‌ରେ କିଭଳି ସୁରକ୍ଷିତ ଭାବେ ମତଦାନ ହେବ, ରିଗି˚ ଅଭିଯୋଗ ଆସିବ ନାହିଁ ଅଥବା କୌଣସିପ୍ରକାର ଗଣ୍ତଗୋଳିଆ ପରିସ୍ଥିତି ଉପୁଜିବ ନାହିଁ, ତାହାକୁ ନିୟନ୍ତ୍ରଣ କରିବା ପୁଲିସ ପ୍ରଶାସନ ମୁଖ୍ୟ କାମ ରହିବ।

ସମ୍ବନ୍ଧିତ ଖବର