କେନ୍ଦ୍ରାପଡ଼ା ପୌର ନିର୍ବାଚନ: ଆଜି ପ୍ରକାଶ ପାଇବ ଓ୍ୱାର୍ଡ ପୁନର୍ଗଠନ ଓ ସ˚ରକ୍ଷଣ ଚିଠା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପୌର ନିର୍ବାଚନ ନିମନ୍ତେ ଆସନ୍ତାକାଲି ଓ୍ୱାର୍ଡ ପୁନର୍ଗଠନ ˚ରକ୍ଷଣ ଚିଠା ପ୍ରସ୍ତାବ ପ୍ରକାଶ ପାଇବ କିନ୍ତୁ ଏହି ଚିଠା ପ୍ରସ୍ତାବକୁ ନେଇ ସହର ରାଜନୀତି ସରଗରମ ହୋଇପଡ଼ିଥିବା ବେଳେ ଛକ ବଜାରରେ ଚର୍ଚ୍ଚା ଆଲୋଚନା ଜୋର‌‌ ଧରିଛି ହେବ ପୌରାଞ୍ଚଳର ସୀମା? ବଢ଼ିବ ନାସେୟା ରହିବ? ବଦଳିଯିବ କି ଓ୍ୱାର୍ଡ ପରିସୀମା? କେଉଁ ଓ୍ୱାର୍ଡ କେଉଁ ବର୍ଗର ଲୋକଙ୍କ ପାଇଁ ˚ରକ୍ଷିତ ରହିବ? ତମାମ୍ପ୍ରଶ୍ନକୁ ନେଇ ଗତ କିଛି ଦିନ ହେବ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଆସନ୍ତାକାଲି ଘଟିବାକୁ ଯାଉଛି ଜିଲ୍ଲାପାଳ କାଲି ଓ୍ୱାର୍ଡ ପୁନର୍ଗଠନ ˚ରକ୍ଷଣ ଚିଠା ପ୍ରସ୍ତାବ ପ୍ରକାଶ କରିବେ ଯଦିଓ ଏହା ଚୂଡ଼ାନ୍ତ ନୁହେଁ, ଅଭିଯୋଗ ଆପତ୍ତି ଜଣାଇବା ପାଇଁ ସହରବାସୀଙ୍କୁ ୧୨ ଦିନ ସମୟ ଦିଆଯିବ, କିନ୍ତୁ ଏହି ଚିଠା ପ୍ରସ୍ତାବ ଅନେକ ନେତାଙ୍କ ଭାଗ୍ୟ ଭବିଷ୍ୟତ ନିର୍ଣ୍ଣୟ କରିବ ତେଣୁ ସମସ୍ତଙ୍କ ନଜର ଆସନ୍ତାକାଲି ଜିଲ୍ଲାପାଳଙ୍କ ଦ୍ବାରା ଜାରି ˚ରକ୍ଷଣ ଚିଠା ପ୍ରସ୍ତାବ ଉପରେ ରହିଥିବା ବେଳେ ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓ୍ୱାର୍ଡ ˚ଖ୍ୟା କିମ୍ବା ପରିସୀମାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ବହୁତ୍କମ୍ରହିଛି ଅର୍ଥାତ୍ଯେଉଁ ୨୧ଟି ଓ୍ୱାର୍ଡ ଏବ˚ ସୀମା ଯାହା ଅଛି, ତାହା ହିଁ ଆପାତତଃ ରହିପାରେ!

୨୦୧୬, ନଭେମ୍ବରରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି କାଉନସିଲ୍କାର୍ଯ୍ୟକାଳ ସରିଥିଲା। ଏହାପରେ ଜିଲ୍ଳାପାଳଙ୍କ ଦ୍ବାରା ପ୍ରକାଶିତ ଓ୍ୱାର୍ଡ ପୁନର୍ଗଠନ ˚ରକ୍ଷଣ ଚିଠା ବେଆଇନ ଦର୍ଶାଯାଇ ହାଇକୋର୍ଟରେ ମାମଲା ଦାଏର ହେବାରୁ ଅଦାଲତ ଏହା ଉପରେ ରୋକ୍ଲଗାଇ ଦେଇଥିଲେ। ସେବେଠାରୁ ଆଉ ନିର୍ବାଚନ ହୋଇ ଥିଲା। ପ୍ରଶାସକଙ୍କ ଦ୍ବାରା ମ୍ୟୁନିସିପାଲ୍ଟି ପରିଚାଳିତ ହୋଇ ଆସୁଥିଲା। ହେଲେ ଯେତେବେଳେ ସାରା ରାଜ୍ୟରେ ପୌର ନିର୍ବାଚନ ପାଇଁ ବିଗୁଲ୍ବାଜିଲା, ସେତେବେଳେ କୋର୍ଟରେ ମାମଲା ଥିବା ଦର୍ଶାଇ ସରକାର କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିକୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ଦେଇଥିଲେ। ଆବେଦନକାରୀ କୋର୍ଟରୁ ମାମଲା ପ୍ରତ୍ୟାହାର କରିନେବାକୁ ପିଟିସନ୍ଦାୟର କରିବା ପରେ ସରକାର ଗତ ୧୫ତାରିଖରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ତଦନୁଯାୟୀ, ଆସନ୍ତାକାଲି ପ୍ରାଥମିକ ଓ୍ୱାର୍ଡ ପୁନର୍ଗଠନ ˚ରକ୍ଷଣ ଚିଠା ପ୍ରସ୍ତାବ ପ୍ରକାଶ ପାଇବ। ୨୧ଓ୍ୱାର୍ଡ ବିଶିଷ୍ଟ କେନ୍ଦ୍ରାପଡ଼ା ପୌରାପାଳିକାରେ ଶେଷଥର ପାଇଁ ୨୦୦୬ରେ ଓ୍ୱାର୍ଡ ˚ଖ୍ୟା ବଢ଼ିଥିଲା। ୨୦ରୁ ବଢ଼ି ୨୧ଟି ହୋଇଥିଲା ଓ୍ୱାର୍ଡ। ଏଥର ବି ପୌରାଞ୍ଚଳ ସୀମା ସହିତ ଓ୍ୱାର୍ଡ ବଢ଼ିବାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ବିଶେଷ କରି ଗରାପୁର, ଗୁଲନଗର, ଗୁଆଳସି˚ ଆଦି ˚ଚଳର ଅନେକ ˚ଶକୁ ମ୍ୟୁନିସିପାଲିଟିରେ ସାମିଲ୍କରିବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା। ମାତ୍ର ଦାବି ପୂରଣ ହେବା ଆଶା ଏଥର କମ୍ରହିଛି। ଓ୍ୱାର୍ଡ ˚ରକ୍ଷଣ ଆସନ ବଦଳିଲେ ବି ପରିସୀମା ବଦଳି ପାରେ। ଯାହା ଥିଲା, ସେୟା ରହିବାର ଯଥେଷ୍ଟ ସମ୍ଭାବନା ରହିଛି

ସମ୍ବନ୍ଧିତ ଖବର