୩ୟ ପର୍ଯ୍ୟାୟରେ ମାଥିଲି ଓ ପଡିଆ ବ୍ଲକର ୪ଟି ଜୋନରେ ନିର୍ବାଚନ

୪ଟି ଜୋନରେ ୧୪ଟି ଅତିସମ୍ବେଦନଶୀଳ ଓ ୧୧୧ଟି ସମ୍ବେଦନଶୀଳ ବୁଥ ରହିଛି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆସନ୍ତା କାଲି ତୃତୀୟ ପର୍ଯ୍ୟାୟର ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି। ପ୍ରିଜାଇଡିଂ ଅଧିକାରୀ ସହ ସହଯୋଗୀମାନେ ନିଜ ନିଜ ଭୋଟଦାନ କେନ୍ଦ୍ରରେ ପହଞ୍ଚି ସାରିଲେଣି।ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସୁରୁଖୁରୁରେ ସମସ୍ତ କାର୍ଯ୍ୟ ଚାଲିଛି। ଆସନ୍ତାକାଲି ମାଥିଲି ଏବଂ ପଡିଆବ୍ଲକର ଚାରୋଟି ଜୋନରେ ନିର୍ବାଚନ ହେବ। ତେବେ ଏହି ଦୁଇଟି ବ୍ଲକର ଚାଲୋଟି ଜୋନରେ ୨୪୪ଟି ବୁଥ ରହିଛି। ଏଥିରୁ ମାଥିଲି ଜୋନ-୧ରେ ୧୪ଟି ଅତି ସମ୍ବେଦନଶୀଳ ଏବଂ ୩୨ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ମୋଟ ୫୩ଟି ବୁଥ ରହିଛି। ସେହିପରି ଜୋନ-୨ରେ ୧୫ଟି ସମ୍ବେଦନଶୀଳ ରହିଥିବା ବେଳେ ମୋଟରେ ୬୮ଟି ବୁଥ ରହିଛି। ଜୋନ-୩ରେ ୧୨ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ମୋଟରେ ୬୨ଟି ବୁଥ ରହିଛି।ପଡିଆ ବ୍ଲକର ଗୋଟିଏ ମାତ୍ର ଜୋନରେ ୫୪ଟି ସମ୍ବେଦନଶୀଳ ରହିଥିବା ବେଳେ ମୋଟରେ ୬୧ଟି ବୁଥ ରହିଛି।ତେବେ ଏହି ଚାରୋଟି ଜୋନରେ ମୋଟରେ ୧୪ଟି ଅତିସମ୍ବେଦନଶୀଳ, ୧୧୧ଟି ସମ୍ବେଦନଶୀଳ ରହିଛି।

Sambad

ତେବେ ମାଥିଲି ବ୍ଲକର ୨୦ଟି ପଞ୍ଚାୟତରେ ମୋଟ ୬୫,୯୯୭ ଜଣ ଭୋଟର ରହିଥିବା ବେଳେ ସେଥିରୁ ପୁରୁଷ ଭୋଟର ସଂଖ୍ୟା ୩୧,୬୨୩ ଜଣ ଏବଂ ମହିଳା ଭୋଟର ସଂଖ୍ୟା ୩୪,୩୭୪ ଜଣ ମହିଳା ଭୋଟର ଅଟନ୍ତି। ସେହିପରି ପଡିଆ ବ୍ଲକରେ ମୋଟ ୨୯,୬୬୩ ଜଣ ଭୋଟର ରହିଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୧୪,୪୮୬ ଜଣ ଏବଂ ମହିଳା ଭୋଟର ସଂଖ୍ୟା ୧୫,୧୭୭ ଜଣ।ତେବେ ପଡିଆ ବ୍ଲକର ଗୋଟିଏ ଜୋନରେ ୧୪୭ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବ। ସେଥିମଧ୍ୟରୁ ୨୦ ଜଣ ସରପଞ୍ଚ, ୨୨ ଜଣ ସମିତି ସଭ୍ୟ ଏବଂ ୨୮ ଜଣ ୱାର୍ଡ ମେମ୍ବର ତଥା ୩ ଜଣ ଜିଲ୍ଲା ପରିଷଦଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ଏହି ଜୋନରେ ୭୪ ଜଣ ଅପ୍ରତିଦ୍ବନ୍ଦୀ ପ୍ରାର୍ଥୀ ରହିଛନ୍ତି। ଏହି ଜୋନରେ ୧୩୨ ଜଣ ପୁଲିସକୁ ମୁତୟନ କରାଯାଇଥିବା ବେଳେ ୩୮୪ ଟି ପୁଲିଂ ପାର୍ଟିଙ୍କୁ ପ୍ରେରଣ କରାଯାଇଛି। ଏହି ବ୍ଲକରେ ୧୧୫ଟି ମତଦାନ କେନ୍ଦ୍ର ରହିଛି। ସେହିପରି ମାଥିଲି ବ୍ଲକର ତିନୋଟି ଜୋନର ୨୦ଟି ପଞ୍ଚାୟତରେ ମୋଟ ୨୪୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣ ସରପଞ୍ଚ, ୫୮ ଜଣ ସମିତି ସଭ୍ୟ, ୫୭ ଜଣ ୱାର୍ଡ ମେମ୍ବର ଏବଂ ୧୧ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ ହେବ। ଏଠାରେ ୧୮୯ ଜଣ ଅପ୍ରିତିଦ୍ବନ୍ଦି ପାର୍ଥୀ ରହିଛନ୍ତି। ମତଦାନ ପାଇଁ ୨୭୯ଟି ପୁଲିଂ ପାର୍ଟିଙ୍କୁ ପ୍ରେରଣ କରାଯାଇଥିବା ବେଳେ ୨୫୪ ଜଣ ପୁଲିସ ବାହିନୀଙ୍କୁ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର