ରାଜନଗର: ତୃତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ରାଜନଗରରେ ଶାସକ ବିଜେଡି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ଆଜି ବିଜେଡି ପକ୍ଷରୁ ୩୨ନଂ ଜୋନରେ ବିଧାୟକ ଧ୍ରୁବ ସାହୁ ମାରାଥନ ପ୍ରଚାର କରିଛନ୍ତି। ହଂସିଣା ସେତୁ ନିକଟରୁ ଏକ ମଟରସାଇକେଲ ଶୋଭାଯାତ୍ରାରେ ବାହାରି ଘଡିଆମାଳ, ଇଶ୍ୱରପୁର, ଖମାରସାହି, ଡାଙ୍ଗମାଳ, କୃଷ୍ଣନଗର, ତାଳଚୁଆ, ବାଘମାରି, କେରୁଆଁପାଳ, ରଂଗଣୀ ପଂଚାୟତରେ ପ୍ରଚାର କରିଛନ୍ତି। ଖୋଲା ଜିପ୍ରେ ବିଧାୟକଙ୍କ ଓ ଜିଲ୍ଲାପରିଷଦ ପ୍ରାର୍ଥିନୀ ଖୁକୁମିନା କୁଅଁରଙ୍କ ସହିତ ଘଡିଆମାଳ ପଂଚାୟତ ସରପଂଚ ପ୍ରାର୍ଥୀ ଶୈଳେନ୍ଦ୍ର ମିଶ୍ର, ସମିତିସଭ୍ୟା ପ୍ରାର୍ଥିନୀ ରୁଚିସ୍ମିତା ନାୟକ, ଈଶ୍ୱରପୁର ପଂଚାୟତ ସରପଂଚ ପ୍ରାର୍ଥିନୀ ଦମୟନ୍ତୀ ରାଉତ, ସମିତିସଭ୍ୟା ପ୍ରାର୍ଥିନୀ ଶଶୀକଳା ବେହେରା, ଖମାରସାହି ପଂଚାୟତର ସରପଂଚ ପ୍ରାର୍ଥିନୀ ସାବିତ୍ରୀ ବେହେରା, ସମିତିସଭ୍ୟା ପ୍ରାର୍ଥିନୀ ପ୍ରଣତୀ ଦାସ, ଡାଙ୍ଗମାଳ ପଂଚାୟତର ସରପଂଚ ପ୍ରାର୍ଥିନୀ ଦ୍ରୌପଦୀ ସେଠୀ, ସମିତିସଭ୍ୟ ପ୍ରାର୍ଥୀ ଶ୍ରୀଚରଣ ଦାସ, କୃଷ୍ଣନଗର ପଂଚାୟତର ସରପଂଚ ପ୍ରାର୍ଥୀ ନନ୍ଦଦୁଲାଲ ପରିଡା, ସମିତିସଭ୍ୟ ପ୍ରାର୍ଥୀ ବିଶ୍ୱନାଥ ମାଇତି, ତାଳଚୁଆ ପଂଚାୟତର ସରପଂଚ ପ୍ରାର୍ଥିନୀ ସ୍ବର୍ଣ୍ଣଲତା ମଣ୍ଡଳ, ସମିତିସଭ୍ୟ ପ୍ରାର୍ଥୀ ଗଣେଷ ଚନ୍ଦ୍ର ଗୁଡିଆ, ବାଘମାରି ପଂଚାୟତର ସରପଂଚ ପ୍ରାର୍ଥିନୀ ଭବାନୀ ପାତ୍ର, ସମିତିସଭ୍ୟା ପ୍ରାର୍ଥିନୀ କବିତାରାଣୀ ମାଇତି, କେରୁଆଁପାଳ ପଂଚାୟତ ସରପଂଚ ପ୍ରାର୍ଥିନୀ ଗାୟତ୍ରୀ ପରିଡା, ସମିତିସଭ୍ୟ ପ୍ରାର୍ଥୀ ମଧୁସୂଦନ ପ୍ରଧାନ, ରଂଗଣୀ ପଂଚାୟତର ସରପଂଚ ପ୍ରାର୍ଥିନୀ ଲୋପାମୁଦ୍ରା ଜେନା, ସମିତିସଭ୍ୟ ପ୍ରାର୍ଥୀ ତପନ କୁମାର ସାହୁ, ଖୋଲା ଜିପରେ ପଂଚାୟତର ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କରିଛନ୍ତି।
ହଂସିଣା ପୋଲ ଠାରୁ ରଂଗଣୀ ଯାଏ ହଜାର ହଜାର ମଟରସାଇକଲ ରୢାଲି କରିବା ସହ ଏହି ଜୋନରେ ବିଜେଡି ଶେଷ ଦିନରେ ଜୋରଦାର ପ୍ରଚାର କରିଛି। ସେହିପରି ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ୩୦ନଂ ଜୋନରେ ପ୍ରଚାର କରିଥିଲେ। ରାଜନଗର ଓ ମହିଁଷାସୁର ପଂଚାୟତରେ ଚାଲି ଚାଲି ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି। ବ୍ଲକ କଂଗ୍ରେସ କାର୍ଯ୍ୟାଳୟରୁ ଏହି ଶୋଭାଯାତ୍ରା ବାହାରି ଡିଆପାରି, ରାଜନଗର ଗାଁ, ସାନଓର, ମଲିଆବୁଦା ଗାଁ ବୁଲିବା ସହିତ ମହିଁଷାସୁର ପଂଚାୟତ ବୁଲି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ମହାନ୍ତିଙ୍କ ସହିତ ଜିଲ୍ଲା ପରିଷଦ ପ୍ରାର୍ଥୀ ସହଦେବ ସାହୁ, ରାଜନଗର ପଂଚାୟତର ସରପଂଚ ପ୍ରାର୍ଥିନୀ ପ୍ରଭାତୀ ଦାସ ଓ ସମିତିସଭ୍ୟା ପ୍ରାର୍ଥିନୀ ସସ୍ମିତା ସେଠୀ, ମହିଁଷାସୁର ପଂଚାୟତ ସରପଂଚ ପ୍ରାର୍ଥୀ ମହେଶ୍ୱର ନାୟକ, ସମିତିସଭ୍ୟା ପ୍ରାର୍ଥିନୀ ରାଜଶ୍ରୀ ନାୟକ ପ୍ରମୁଖ ପ୍ରତ୍ୟେକ ଗାଁରେ ଘରକୁ ଘର ବୁଲି ଭୋଟ ମାଗିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/RAJNAGAR-DANGAMALA-RE-BJD-RA-PRACHARA_6.jpg)