ବୈପାରିଗୁଡାରେ ମୀରା ପରିଡ଼ାଙ୍କ ନିର୍ବାଚନ ପ୍ରଚାର ରାଲି

ବୈପାରିଗୁଡା: ବୈପାରିଗୁଡା ବ୍ଲକ ସଦରମହକୁମାରେ ରାଜ୍ୟ ମହିଳା ସମ୍ପାଦକ ତଥା କୋରାପୁଟ ଜିଲ୍ଲା ମହିଳା ପର୍ଯ୍ୟବେକ୍ଷକ ମୀରା ପରିଡ଼ା ପହଞ୍ଚି ପଦଯାତ୍ରା କରି ଭୋଟରଙ୍କୁ ଭୋଟ ଭିକ୍ଷା କରିଥିଲେ। ବୈପାରିଗୁଡାର ମୁଖ୍ୟ ସହିଦ୍ ଲକ୍ଷ୍ମଣ ନାୟକ ଛକ ଠାରେ ଉଦବୋଧନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ିକ ଦ୍ବାରା କିପରି ଗରିବ, ଆଦିବାସୀ, ହରିଜନ ତଥା ପଛୁଆବର୍ଗ ଲୋକେ ଉପକୃତ ହେଉଛନ୍ତି ସେ ସଂପର୍କରେ ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ଓଡ଼ିଶାବାସୀଙ୍କ ପାଇଁ ପ୍ରଣୟନ କରିଛନ୍ତି ବୋଲି କହିଛନ୍ତି। ଟଙ୍କିକିଆ ଚାଉଳ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବୀମା କାର୍ଡ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ଆସନ୍ତା ୨୪ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ।

ପ୍ରଚାର ବେଳେ ଜୋନ୍-୧ର ଜିଲ୍ଲା ପରିଷଦ ପ୍ରାର୍ଥୀ ରାଜେଶ୍ଵର ମହୁରିଆଙ୍କୁ ଶଂଖ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ଏହାଛଡ଼ା ବୈପାରିଗୁଡା ପଞ୍ଚାୟତ ସରପଞ୍ଚ ଏବଂ ସମିତି ସଭ୍ୟା ଏବଂ ଓ୍ବାର୍ଡ ମେମ୍ବର ପ୍ରାର୍ଥୀଙ୍କୁ ମଧ୍ୟ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ଏହି ରୋଡ଼ ଶୋ ରେ ଜିଲ୍ଲା ସଭାପତି ଈଶ୍ଵର ପାଣିଗ୍ରାହୀ, ପର୍ଯ୍ୟବେକ୍ଷକ ସୂର୍ଯ୍ୟ ନାରାୟଣ ରଥ, ରାଜ୍ୟ ସମ୍ପାଦକ କୁନି ଅଧିକାରୀ, ଆବାହକ ହେମନ୍ତ କୁମାର ମହାପାତ୍ର, ସାଂସଦ ପ୍ରତିନିଧି ସାଥିରାମ ନାୟକ, ବ୍ଲକ ପର୍ୟ୍ୟବେକ୍ଷକ ପୁଲକ ମହାନ୍ତି, ଜଗଦୀଶ ଜେନା, ମନୋଜ ମହାପାତ୍ର, ବିଜୟ ସାମନ୍ତରାୟ, ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ବିଶ୍ଵଜିତ ନାୟକ, ବ୍ଲକ ଯୁବ ବିଜେଡ଼ି ସଭାପତି ରମେଶ ସ୍ୱାଇଁ, ଭେଙ୍କଟ ରାଓଙ୍କ ସମେତ ବ୍ଲକର ବିଜେଡ଼ି କର୍ମୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର