ଜୟପୁର: ବିଦ୍ୟୁତ ଦେୟ ବୃଦ୍ଧି ପ୍ରତିବାଦ କରି ନଗର କଂଗ୍ରେସ ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପୃଥକ ପୃଥକ ଭାବେ ସ୍ଥାନୀୟ ଟାଟା ବିତରକ କଂପାନୀର ଅଧିକ୍ଷଣ ଯନ୍ତ୍ରୀ ଓ  ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ୪ଘଣ୍ଟା ଧରି ଘେରାଉ ଏହି ଅବସରରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଅଧିକ୍ଷଣ ଯନ୍ତ୍ରୀମନ୍ମଥ ମିଶ୍ର ଓ  ନିର୍ବାହୀଯନ୍ତ୍ରୀ ବସନ୍ତ କୁମାର ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ବିତରକ କଂପାନୀ ମାନଙ୍କୁ ସୁହାଇଲା ଭଳି ସବୁବେଳେ ଦର ବୃଦ୍ଧି କରୁଛି ବୋଲି ଅଭିଯୋଗ କରାଯାଇଥିଲା। ତୁରନ୍ତ ବର୍ଦ୍ଦିତ ବିଦ୍ୟୁତ ଦେୟ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା।

Advertisment

ବିଧାୟକ ତାରାପ୍ରସାଦ ବାହିନୀପତି, ନଗରସଭାପତି ନରେନ୍ଦ୍ର ମହାନ୍ତି ଓ ବ୍ଲକ ସଭାପତି ବସନ୍ତ ନାୟକ ଏହାର ନେତୃତ୍ବ ନେଇଥିଲେ। ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଙ୍ଗାଧର ସାହୁ, ନବୀନ ମାଦଳା, ଦୁର୍ଗା ପ୍ରସାଦ ଶର୍ମା,ଭେଙ୍କଟ ରାଓ ପଟ୍ଟନାୟକ, ଇଶ୍ବର ସରାଫ, ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ,ବୁଲୁ ଚୌଧୁରୀ, ଜ୍ୟୋତି ଚୌଧୁରୀ, କେ.ଅରୁଣା, ସଂଜୁ ନାୟକ, ଗିରୀଶ ପାଣିଗ୍ରାହୀ, ଶିବ ପଟ୍ଟନାୟକ, ନରସିଂହ ନାୟକ, ତପନ ମଣ୍ଡଳ ଦିଲବର ସାହା, ଟୁନା ପଣ୍ଡା, ପ୍ରଦୀପ କୁମାର ରାୟ, ପିଲୁ ମହାପାତ୍ର, ପ୍ରମୁଖ ବହୁ କଂଗ୍ରେସ ନେତା ଏଥିରେ ଭାଗ ନେଇଥିଲେ।