ଜୟପୁର: ପାୱାରହାଉସ୍ କଲୋନି ୫ମ ଗଳିରେ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ରହିଛି। ସଂପ୍ରତି ରାସ୍ତା ନିର୍ମାଣ କାମ ଚାଳିଥିବା ବେଳେ ଏହି ଖୁଣ୍ଟ ନିର୍ମାଣ କାମରେ ବାଧକ ସୃଷ୍ଟି କରୁଥିବା କଲୋନୀବାସିନ୍ଦା ଅଭିଯୋଗ କରିଛନ୍ତି। ଟାଟା ପାୱାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ନେଇ ସାହିବାସିନ୍ଦା ପୂର୍ବରୁ ଅବଗତ କରିବା ସହ ଅଭିଯୋଗ କରିଥିଲେ ହେଁ ଏ ଯାଏଁ ଏହାକୁ ସ୍ଥାନାନ୍ତର  ନ କରି ମନମୁଖୀ କାମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କଲୋନି ବାସିନ୍ଦା ଓ  ପୂର୍ବତନ ଶିକ୍ଷା ଅଧିକାରୀ ଡ.ନିଳାଂଚଳ ପ୍ରଧାନ। ସଂପ୍ରତି ପୌରପାଳିକା ପକ୍ଷରୁ ଏହି ସାହିର ରାସ୍ତା କାମ ଜାରୀ ରହିଥିବା ବେଳେ ଏହାକୁ ସ୍ଥାନାନ୍ତର କରାଯାଇନଥିଲେ ହେଁ ଏହାକୁ ମଝିରେ ରଖି ନିର୍ମାଣ କାମ ଜାରୀ ରହିଛି। ଏହି ଖୁଣ୍ଟଟି ରାସ୍ତା ମଝିରେ ଥିବାରୁ ଲୋକଙ୍କ ଯାତାୟାତରେ ବାଧା ଉପୁଜୁଥିବା କହିଛନ୍ତି ଡ.ପ୍ରଧାନ। ଜରୁରୀ ରୋଗୀଙ୍କୁ ନେବା କିମ୍ବା ବାଇକରେ ଯିବା  ଆସିବା କରିବାକୁ ବି ଅଂଚଳବାସୀ ଭୟ ପ୍ରକାଶ କରୁଛନ୍ତି। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଏହି ଖୁଣ୍ଟକୁ ସ୍ଥାନାନ୍ତର କରିବାକୁ କଲୋନୀବାସୀନ୍ଦା ଦାବି କରିଛନ୍ତି।