ବିନାକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ଗୁରୁବାର ପ୍ରାୟ ୪.୩୦ରେ କାଳବୈଶାଖୀ ଓ ବର୍ଷା ମିନିଟ୍‌ ମାଡ଼ି ଆସିଥିଲା। ଏହା ପରେ ବିଦ୍ୟୁତ ଯାଇଛି ଯେ, ଦୀର୍ଘ ୨୮ ଘଣ୍ଟା ପରେ ମଧ୍ୟ ଆସିନାହିଁ। ଦୀର୍ଘ ସମୟ ଧରି ବର୍ଷା ପବନ ହେବାପରେ ଅନ୍ଧାର ଘୋଟି ଆସିଥିଲା। ବିଦ୍ୟୁତ ନଥିବାରୁ ଲୋକେ ଗରମ ଯୋଗୁଁ ବାଉଳି ହୋଇଯାଉଛନ୍ତି।

Advertisment

ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଠପ୍‌ ହେବା ସହ ଅଞ୍ଚଳର ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା କଷ୍ଟ ପାଇଛନ୍ତି। ଆଜି କାହାରି ମୋବାଇଲରେ ଚାର୍ଜ ନାହିଁ। ମହମବତୀ ଭରସାରେ ବ୍ୟବସାୟୀ ଓ ଜନ ସାଧାରଣ ଆଳୁଅ ପାଇଛନ୍ତି।

ବିଦ୍ୟୁତ ବିଭାଗର ଉଚ୍ଚ ପଦିଧିକାରୀ ମାନଙ୍କର ଅପାରଗତା ପାଇଁ ବିନିକା ଅଞ୍ଚଳ ୨୮ ଘଣ୍ଟାରୁ ଉର୍ଦ୍ଧ୍ୱ ହେବ ଅନ୍ଧାର ରହିଛି। ଏବିଷୟରେ ବିଦ୍ୟୁତ ବିଭାଗର ଏସଡିଓ ରଶ୍ମି ରଞ୍ଜନ ଜେନାଙ୍କୁ ପଚରା ଯିବାରୁ ସେ କହିଛନ୍ତି, କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ ଖୁଣ୍ଟ ଓ ତାରରେ ଗଛ ପଡ଼ିବାରୁ ବିଦ୍ୟୁତ ବିତରଣରେ ଅସୁବିଧା ହୋଇଛି। ଠିକ୍‌ କରିବା ପାଇଁ କର୍ମଚାରୀ ମାନେ ଉଦ୍ୟମ ଜାରି ରଖିଛନ୍ତି। କେତେ ସମୟ ଲାଗିବ ତାହା କହି ହେବନାହି।