ଅନୁଗୁଳ: ଗତକାଲି ବିଳମ୍ବିତ ରାତିରେ ୧୧ କେଭି ବିଦ୍ୟୁତ ଆଘାତରେ ରେଙ୍ଗାଳି ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ରେଙ୍ଗାଳି ଥାନା ଅଞ୍ଚର ନିଳାପଶି ଗ୍ରାମର ଫକୀର ମୋହନ ସାହୁ(୪୫)ଙ୍କ ଘର ଉପର ଦେଇ ୧୧ କେଭି ବିଦ୍ୟୁତ ତାର ଯାଇଛି। ଘରର ଉପର ମହଲା କୋଠା ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ସେ ଏକ ଲୁହା ରଡ଼ ଛାତ ଉପରକୁ ନେଉଥିଲେ। ଏହି ସମୟରେ ତାଙ୍କର ଅସାବଧାନତା କାରଣରୁ ସେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ଝଟ୍କା ଖାଇ ଗୁରୁତର ହୋଇ ତଳେ ପଡ଼ି ଯାଇଥିଲେ।
ବିଦ୍ୟୁତ ଝଟ୍କାରେ ତାଙ୍କର ଦୁଇ ହାତ, ପିଠି ସହିତ ଶରୀରର ବିଭିନ୍ନ ଅଂଶ ପୋଡ଼ିଯାଇଛି। ଏହି ଘଟଣା ପରିବାର ଲୋକେ ଜାଣିବା ପରେ ତାଙ୍କୁ ରାତି ସାଢ଼େ ୧୧ଟା ବେଳେ ଗୁରୁତର ଅବସ୍ଥାରେ ରେଙ୍ଗାଳି ଡାକ୍ତରଖାନାକୁ ପ୍ରଥମେ ନେଇଥିଲେ। ସେଠାରେ କୌଣସି ଡାକ୍ତର ଓ ଆମ୍ବୁଲାନ୍ସ ନ ଥିବାରୁ ପରିବାର ଲୋକେ ଘରକୁ ଗୁରୁତର ଅବସ୍ଥାରେ ଫେରାଇ ଆଣିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/electric-shock05_Thumb.jpg)