ଜମିରେ ପାଣି ମଡାଉଥିବା ସମୟରେ ବିଦ୍ୟୁତ ଅାଘାତରେ ଚାଷୀ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌ଏସିର ବରିସାହି ଗ୍ରାମରେ ସୋମବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ ଅାଘାତରେ ମୃତ୍ୟୁ ହୋଇଛି। ମୃତକଙ୍କ ନାମ କମଳାକାନ୍ତ ପୋଇ ବୋଲି ଜଣାପଡ଼ିଛି। ସେ ଆଜି ନିଜ ଚାଷଜମିରେ ପମ୍ପ ସାହାଯ୍ୟରେ ପାଣି ମଡ଼ାଇବାକୁ ଯାଇଥିଲେ। ଏହି ସମୟରେ କମଳାକାନ୍ତ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଫଳରେ ବିଦ୍ୟୁତ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ସଙ୍ଗେସଙ୍ଗେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ କମଳାକାନ୍ତଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର