ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ ‘ଖ’ରେ ଜଣେ ବିଦ୍ୟୁତ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଗାଁ ମୁଣ୍ଡ ପଡ଼ିଆରୁ ଠାବ କରାଯାଇଛି। ମୃତ ଠିକାଦାର ହେଉଛନ୍ତି ନଅଗାଁ ‘ଖ’ ଗାଁର ଡିଙ୍ଗର ସାହୁଙ୍କ ପୁଅ ତୋଷରାଜ ସାହୁ(୩୮ ବର୍ଷ)।
ମିଳିଥିବା ସୂଚନା ଅନୁଯାୟୀ, ତୋଷରାଜ ସୋନପୁର ଜିଲ୍ଲାରେ ବିପିଏଲ ପରିବାରଙ୍କୁ ଦିଆଯାଉଥିବା ବିଦ୍ୟୁତ ସଂଯୋଗ କାର୍ଯ୍ୟରେ ପେଟି ଠିକାଦାର ଭାବେ କାର୍ଯ୍ୟ କରନ୍ତି। ଗତକାଲି ସେ ସୋନପୁରରୁ ନିଜ ଗାଁ ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ‘ଖ’କୁ ଆସିଥିଲେ ଓ ସନ୍ଧ୍ୟା ବେଳେ ସେ ଗାଁ ମୁଣ୍ଡକୁ ଯାଇଥିଲେ। ତେବେ ରାତିରେ ଶ୍ରୀ ସାହୁ ଘରକୁ ଆଉ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ପାଇ ନ ଥିଲେ। ଆଜି ସକାଳୁ ନଅଗାଁ ‘ଖ’ ପଞ୍ଚାୟତ କାର୍ଯ୍ୟାଳୟଠାରୁ ପ୍ରାୟ ୨୦୦ ମିଟର ଦୂରରେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅର୍ଦ୍ଧ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖି ଲୋକେ ପରିବାର ଓ ପୁଲିସକୁ ଖବର ଦେଇଥିଲେ। ତୋଷରାଜଙ୍କୁ ଅତି ଅମାନୁଷିକଭାବେ ହତ୍ୟା କରାଯାଇଥିିବା ଗାଁ ଲୋକେ କହିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।
ବଲାଙ୍ଗୀର: ଗାଁ ମୁଣ୍ଡରୁ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅର୍ଦ୍ଧ ଉଲଗ୍ନ ମୃତଦେହ ଜବତ
/sambad/media/post_attachments/wp-content/uploads/2018/06/bolangir-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)