ଭୁବନେଶ୍ୱର: ବ୍ରହ୍ମପୁର ସହରରେ ଲକ୍ଷାଧିକ ଉପଭୋକ୍ତା ବିଦ୍ୟୁତ ବିଲ୍ ପୈଠ କରି ନାହାନ୍ତି। ବିଦ୍ୟୁତ୍ ବିଲ୍ ନିର୍ଦ୍ଧାରିତ ସମୟରେ ପୈଠ କରିବାକୁ ସାଉଥ୍କୋ ଆଜି ଉପଭୋକ୍ତାଙ୍କୁ ପରାମର୍ଶ ଦେଇଛି। ସାଉଥ୍କୋ ପକ୍ଷରୁ କୁହାଯାଇଛି କି ଫେବ୍ରୁଆରି ୧୫ ପୂର୍ବରୁ ବକେୟା ବିଲ ନଦେଲେ ବ୍ରହ୍ମପୁର ସହରରେ ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ କଟାଯିବ।
ସୂଚନାଯୋଗ୍ୟ, ସାଉଥ୍କୋ ଡିଭିଜନରେ ମୋଟ ୧୫ ଲକ୍ଷ ୭୩ ହଜାର ୮୧୩ ଉପଭୋକ୍ତାଙ୍କର ବକେୟା ରହିଛି। ଏହି ଉପଭୋକ୍ତାମାନେ ମୋଟ ୧୩୭୪ କୋଟି ୨୬ ଲକ୍ଷ ଟଙ୍କା ବିଦ୍ୟୁତ ବିଲ୍ ଦେଇ ନ ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/electricity-1.jpg)