ଟିପିସିଓଡିଏଲ୍ ପକ୍ଷରୁ ଜଗତସିଂହପୁରରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାର ଉନ୍ନତିକରଣ

ଭୁବନେଶ୍ୱର: ନିରନ୍ତର ଅର୍ଥନୈତିକ ବିକାଶ ଓ ଅଭିବୃଦ୍ଧି ହାସଲ କରିବା ଲାଗି ଭରସାଯୋଗ୍ୟ ଓ ସୁରକ୍ଷିତ ବିଦୁ୍ୟତ ସର୍ବଦା ହେଉଛି ଲୋକମାନଙ୍କର ଏକ ମୌଳିକ ଆବଶ୍ୟକତା । ଏହି ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ଲାଗି ଟିିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ପୁରୁଣା ବିଦ୍ୟୁତ ବଣ୍ଟନ ନେଟଓ୍ବାର୍କର ନବୀକରଣ କରାଯାଉଛି ।

ଏହି କ୍ଷେତ୍ରରେ ସ୍ୱତନ୍ତ୍ର ଉପସ୍ଥାପନା ଭାବେ ଜଗତସିଂହପୁରରେ ସୁରକ୍ଷା, ବ୍ୟବସ୍ଥା ସୁଦୃଢ଼ୀକରଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବର୍ଗରେ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି । ସାଧାରଣ ଜନତା ଓ ପଶୁମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ନେଟଓ୍ବାର୍କରେ ବଡ଼ ଧରଣର ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯାଇଛି ।

ଭୋଲ୍ଟେଜ୍ ହ୍ରାସ ପାଇବା ସମସ୍ୟାର ସମାଧାନ କରିବା ଏବଂ ଏହି ଅଂଚଳରେ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଲାଗି ୮୬ କିମିରୁ ଅଧିକ ଖରାପ କଣ୍ଡକ୍ଟରକୁ ପରିବର୍ତନ କରାଯାଇଛି । ଜଗତସିଂହପୁର ଅଂଚଳରେ ବିଦ୍ୟୁତ ତାରର ଭୂଲମ୍ବ ଓ ଭୂସମାନ୍ତର ସୀମାରେ ବୃଦ୍ଧି କରି ସେଗୁଡ଼ିକୁ ସଠିକ୍ କରିବା ପାଇଁ ୨୧୦୦ରୁ ଅଧିକ ଖୁଂଟ ସ୍ଥାପନ କରାଯାଇଛି । ରାସ୍ତା ଉପରେ ରହିଥିବା ଲାଇଭ୍ କଣ୍ଡକ୍ଟର୍ ତାର ତଳକୁ ଖସିପଡ଼ିବା ଓ ଛିଣ୍ଡିଯିବା ଦ୍ୱାରା ଲୋକମାନେ ଦୁର୍ଘଣାର ଶିକାର ହେବାର ଆଶଙ୍କା ରହିଥିବାରୁ ସେଗୁଡ଼ିକୁ ସୁରକ୍ଷିତ କିବା ଲାଗି ୨୩ରୁ ଅଧିକ ସଡ଼କ ପାର ହେବା ଭଳି ସ୍ଥାନରେ କ୍ରେଡଲ୍ ଗାର୍ଡ ଦିଆଯାଇଛି । ଏହା ବ୍ୟତୀତ ୯୦୦ରୁ ଅଧିକ ବଙ୍କା ହୋଇଯାଇଥିବା ପୋଲ୍କୁ ସୁଦୃଢ଼ କରାଯାଇଥିବା ବେଳେ ପୁରୁଣା ପୋଲ୍ର କଂକ୍ରିଟ୍ କାର୍ଯ୍ୟ ଶେଷ ହୋଇଛି ।

ସମ୍ବନ୍ଧିତ ଖବର