କାମାକ୍ଷାନଗର: ପୁଣି ଲୋଟେରାଙ୍କ ଲୋଟପାଟ ପୁଲିସକୁ ଖୋଲା ଚ୍ୟାଲେଞ୍ଜ। ଏଭଳିଆ ହୋଇଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ରାତ୍ର ଜଗୁଆଳିଙ୍କୁ ତାଲା ପକାଇ ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଲୁଟିଲେ ଦୁର୍ବୁତ୍ତ। ରାତ୍ର ଜଗୁଆଳି ରାଜୀବ ବିଶ୍ୱାଳ ଶୋଇଥିବା ବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଆସି ପ୍ରଥମେ ତାଙ୍କୁ ସ୍କୁଲ ଘର ବାହାରୁ ତାଲା ପକାଇ ଦେଇଥିଲେ। ପରେ ଦୁର୍ବୁତ୍ତ ମାନେ ବିଜ୍ଞାନ ଶ୍ରେଣୀ ଗୃହରେ ଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ୨ଟି କମ୍ପ୍ୟୁଟର, ଗୋଟିଏ ପ୍ରିଣ୍ଟର, ଗୋଟିଏ ଜେରେକ୍ସ ମେସିନ ଏବଂ ଗୋଟିଏ ଇନଭର୍ଟରକୁ ଚୋରି କରି ନେଇ ଯାଇଥିଲେ।

Advertisment

ସକାଳେ ଖବର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ରାତ୍ର ଜଗୁଆଳିକୁ ଉଦ୍ଧାର କରିଛନ୍ତି। ଏବଂ ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜନ କୁମାର ସାହୁ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ତନାଘନା ଜାରି ରଖିଛି। କାମାକ୍ଷାନଗର ଅଞ୍ଚଳର ଦିନକୁ ଦିନ ଏଭଳିଆ ଘଟଣା ବଢ଼ିବାରେ ଲାଗିଥିବା ବେଳେ ପୋଲିସର ହାତ ଖାଲି ହେଉଛି ସେମାନଙ୍କୁ ଧରିବାରେ ପୂର୍ବରୁ ଯାହା ନଜିର ରହିଛି।