ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ୟାଙ୍କ କଲୋନିର ବିମଳ ପାଣିଗ୍ରାହୀଙ୍କ ଇଲେକ୍ଟ୍ରିକ ସ୍କୁଟର ମଙ୍ଗଳବାର ରାସ୍ତାରେ ଜଳିଯାଇଥିବା ସୂଚନା ମିଳିଛି। ଶ୍ରୀ ପାଣିଗ୍ରାହୀ ସ୍କୁଟରରେ ସ୍କୁଲ ଯାଉଥିବା ବେଳେ ହଠାତ୍ ତାହା ଜଳି ଉଠିଥିଲା। ତେବେ ସେ ଓ ତାଙ୍କ ଝିଅ ଓହ୍ଲାଇ ପଡ଼ିବାରୁ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇ ପାରିଥିଲା। ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଛତ୍ରପୁର ବ୍ୟାଙ୍କ କଲୋନିରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର
/sambad/media/post_attachments/wp-content/uploads/2023/07/IMG-20230725-WA0016.jpg)