୮ ବର୍ଷ ପରେ ବି ବିଦ୍ୟୁତ ସବଷ୍ଟେସନ କାମ ସରୁନି; ସମସ୍ୟାରେ ଅଞ୍ଚଳବାସୀ

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ପାଡୁଆ ଠାରେ ବିଦ୍ୟୁତ ବିଭାଗ ପକ୍ଷରୁ ୩୩ କେଭି ବିଦ୍ୟୁତ ସବଷ୍ଟେସନ ଦୀର୍ଘ ୮ ବର୍ଷ ହେବ ସରିବାର ନାଁ ନେଉ ନ ଥିବା ବେଳେ ଅଞ୍ଚଳବାସୀ ବିଦ୍ୟୁତ ସମସ୍ୟାରେ ଘାଣ୍ଟି ହେଉଥିବା ବେଳେ ଯଥାଶୀଘ୍ର ୩୩ କେଭି ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟ ସମ୍ପୂର୍ଣ୍ଣ କରି କାର୍ଯ୍ୟକ୍ଷମ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଯେ ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ଜିଲ୍ଲାପରିଷଦ ଜୋନ-୨ ର ୧୨ ଗୋଟି ପଞ୍ଚାୟତ ବାସୀଙ୍କ ବିଦ୍ୟୁତ ସମସ୍ୟା ସମାଧାନ ନିମନ୍ତେ ପାଡୁଆ ଠାରେ ୨୦୧୩ ମସିହାରେ ୪ କୋଟି ଟଙ୍କା ବ୍ୟୟ ଅଟକଳରେ ୩୩ କେଭି ବିଦ୍ୟୁତ ସବ ଷ୍ଟେସନ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ସରିବାର ନାଁ ନେଉ ନ ଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ବିଦ୍ୟୁତ ସମସ୍ୟାର ସମାଧାନ ନିମନ୍ତେ ୨୦୧୩ ମସିହାରେ ତତ୍କାଳୀନ ପଟାଙ୍ଗି ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ଦ୍ୱାରା ଚାରି ୪ କୋଟି ଟଙ୍କା ବ୍ୟୟ ଅଟକଳରେ ପାଡୁଆ ଠାରେ ୩୩ କେଭି ବିଦ୍ୟୁତ ସବ ଷ୍ଟେସନ କାର୍ଯ୍ୟର ଶୁଭ ଉଦ୍ଘା‌ଟନ କରାଯାଇଥିଲା। କିନ୍ତୁ ଉକ୍ତ ନିର୍ମାଣ ପାଇଁ ଚିହ୍ନଟ ଜମିକୁ ମୋର ଦର୍ଶାଇ କୁଲାବିର ଗ୍ରାମର ବିଶ୍ଵନାଥ ପାଙ୍ଗି ଅଭିଯୋଗ କରିବାରେ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ଓ ତତ୍କାଳୀନ ନନ୍ଦପୁର ତହସିଲଦାର ହର ପ୍ରସାଦ ଭୋଇଙ୍କ ହସ୍ତକ୍ଷେପ ପରେ ବିବାଦ ସମାଧାନ ହୋଇଥିଲା ସେହି ଦିନ ଠାରୁ ୩୩ କେଭି ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟ ଚାଲୁ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ସରିବାର ନା ନେଉ ନାହିଁ। ପାଡୁଆ ଅଂଚଳରେ ବିଦ୍ୟୁତ ସମସ୍ୟା ଗୁରୁତର ଥିବା ବେଳେ ଦିନକୁ ୨ ରୁ ୪ ଘଣ୍ଟା ବିଦ୍ୟୁତ ରହୁଥିବା ବେଳେ ଗଛ ର ପତ୍ର ସାମାନ୍ୟ ହଲିଲେ ବିଦ୍ୟୁତ ଯୋଗାଣ ସମ୍ପୂର୍ଣ୍ଣ ଠପ।

Sambad

ଏଭଳି ସମସ୍ୟାକୁ ଦେଖି ନନ୍ଦପୁର ବିଦ୍ୟୁତ ବିଭାଗର ଏସ ଡି ଓ ସୁନାବେଡ଼ା ବିଶିକେଶନ ପ୍ରଧାନ ଓ ନନ୍ଦପୁର ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଗୋପବନ୍ଧୁ ନାୟକଙ୍କ ସହ ଯୋଗାଯୋଗ କରିବାରେ ପାଡ଼ୁୂଆ ଠାରେ ୩୩ କେଭି ବିଦ୍ୟୁତ ସବ ଷ୍ଟେସନ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଯାଇଥିବା ବେଳ ନନ୍ଦପୁର ଠାରୁ ପାଡୁଆ ବିଦ୍ୟୁତ ସବ ଷ୍ଟେସନ ପର୍ଯ୍ୟନ୍ତ ପୋଲ ପୋତା ଓ ତାର ବିଛାଇବା କାର୍ଯ୍ୟ ଚାଲୁ ରହିଥିବା ବେଳେ ଦୁଇଟି ଜାଗାରେ ପୋଲ ପୋତିବା ନେଇ ସମସ୍ୟା ଉପୁଜିଛି। ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଦୁଇ ଗୋଟି ପୋଲ ପୋତା କାର୍ଯ୍ୟକୁ ଜମି ମାଲିକ ବିରୋଧ କରିଛନ୍ତି। ଏଥିସହ ଭେଜା ରେଳ ଷ୍ଟେସନରେ ବିଦ୍ୟୁତ ତାର ରେଳ ଧାରଣା ପାର କରିବାକୁ ରେଳ ବିଭାଗର ଅନୁମତିକୁ ଅପେକ୍ଷା କରାଯାଇଥିବା ସୂଚନା ଦେଇଛନ୍ତି। ଦୁଇଟି ଯାକ ସମସ୍ୟାର ଯଥାଶୀଘ୍ର ସମାଧାନ କରି ପାଡୁଆ ଠାରେ ୩୩ କେଭି ବିଦ୍ୟୁତ ସବ ଷ୍ଟେସନ କାର୍ଯ୍ୟ ଚାଲୁ କରାଯିବ ବୋଲି ଯନ୍ତ୍ରୀ ସୂଚନା ଦେଇଛନ୍ତି। ପାଡୁଆ ଠାରେ ୩୩ କେଭି ବିଦ୍ୟୁତ ସବ ଷ୍ଟେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ପାଡୁଆ ଜିଲ୍ଲା ପରିଷଦ ଜୋନ ୨ ଅଂଚଳର ୧୨ ଗୋଟି ଗ୍ରାମ ପଂଚାୟତରେ ବିଦ୍ୟୁତ ସମସ୍ୟା ସମାଧାନ ହୋଇଯିବ ବୋଲି ପ୍ରକାଶ କରିଛନ୍ତି ସୁନାବେଡା ସ୍ଥିତ ବିଦ୍ୟୁତ ବିଭାଗ ଏସ୍‌ଡ଼ିଓ। ଯଥାଶୀଘ୍ର ପାଡୁଆ ଠାରେ ଅସମ୍ପୁର୍ଣ ଥିବା ୩୩ କେଭି ବିଦ୍ୟୁତ ସବଷ୍ଟେସନ ସମ୍ପୂର୍ଣ କରିବା ପାଇଁ ୧୨ ଗୋଟି ଗ୍ରାମ ପଂଚାୟତର ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର