ପଣ୍ଡାପଡା: ଘଟଗାଁ ରେଞ୍ଜ ଦେଓବନ୍ଧ ଫରେଷ୍ଟ ବିଟ୍‌ ଅଧୀନ ପଟାବାରୀ ଗ୍ରାମର ନଣ୍ଡାବର ଛକ ଠାରେ ଗତକାଲି ରାତି ବଣୁଆ ହାତୀ ଉପଦ୍ରବ କରିଛନ୍ତି। ବିଳମ୍ବିତ ରାତିରେ ୨ଟି ହାତୀ ରଞ୍ଜୁଲତା ମହାନ୍ତଙ୍କ ଆମ୍ବ ବଗିଚାରେ ପଶି ଆମ୍ବ ଡାଳ ଭଙ୍ଗି ଖାଇଥିଲେ।

Advertisment

ଏଥି ସହିତ ବଗିଚାରେ ଲଗାଯାଇଥିବା ପନିପରିବା ନଷ୍ଟ କରିଥିଲେ। ଏହାଦେଖି ସ୍ଥାନୀୟ ଲୋକେ ହାତୀ ଦୁଇଟିକୁ ନିକଟସ୍ଥ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ । କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।