ଘର ଭାଙ୍ଗିଲା ହାତୀ: ଅଳ୍ପକେ ବର୍ତ୍ତିଲେ ଦିବ୍ୟାଙ୍ଗ ବାପଝିଅ

ରାଇସୁଆଁ: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନର ରାଣୀବେଡା ବିଟ ପଟିଲସାହିର ଦିଗାମ୍ବର ମହାନ୍ତଙ୍କର ଦୁଇବଖରା ଝାଟିମାଟି ଟାଇଲ ଛପର ଘରକୁ ଗତକାଲି ବିଳମ୍ବିତ ରାତିରେ ଏକ ୫ଟିକିଆ ହାତୀପଲ ଭାଙ୍ଗିବା ସହିତ ଘରେ ଥିବା ଧାନ ଖାଇ ଦେଇଛନ୍ତି। ଘର ବାରଣ୍ଡାରେ ଶୋଇଥିଲେ ଦୁଇ ଦିବ୍ୟାଙ୍ଗ ଦିଗାମ୍ବର ଓ ଝିଅ ଇନ୍ଦୁମତି ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ହାତୀପଲ ଘରଭାଙ୍ଗିବା ଜାଣିପାରି ଝରକା ଖୋଲି ସାହିବାସୀଙ୍କୁ ଡାକପକାଇଥିଲେ ବାପଝିଅ। ବାପଝିଅଙ୍କ ଚିତ୍କାର ଶୁଣି ସାହି ଲୋକେ ରୁଣ୍ଡ ହୋଇଯିବା ସହିତ ହାତୀପଲଙ୍କୁ ଘଉଡାଇଥିଲେ। ୫ ଟିକିଆ ହାତୀପଲ ଜଙ୍ଗଲ ଆଡ଼କୁ ଚାଲି ଯାଇଥିଲେ।

ଖବର ପାଇ ବନବିଭାଗ କର୍ମଚାରୀ ଆଜି ପଟିଲସାହିରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛି। ଘରର ଫଟୋ ଉଠାଇ ନେଇଛି। ଦିବ୍ୟାଙ୍ଗ ବାପଝିଅଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର