ବାଂଶପାଳ ଅଚଂଳରେ ଥମୁନି ଗୋଠ ଛଡା ଦନ୍ତା ଆତଙ୍କ, ୨ ଦିନ ଭିତରେ ଭାଙ୍ଗିଲାଣି ୧୦ଟି ଘର

ଘର ଭାଗିଂବା ସହ ଧାନ-ଚାଉଳ ଖାଉଛି ଦନ୍ତା

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି (ଭୂୟା ଜୁଆଙ୍ଗ ପିଢ଼) ରେଞ୍ଜରେ ଗତକିଛି ଦିନ ହେବ ଆତଙ୍କ ଖେଳାଇଛି ଗୋଠ ଛଡା ଦନ୍ତା। ପ୍ରତି ଦିନ ଘର ଭାଗିଂବା ସହ ଧାନ ଚାଉଳ ନଷ୍ଟ କରୁଛି। ଗତକାଲି ବିଳମ୍ବିିତ ରାତିରେ ଗୋଠ ଛଡା ଦନ୍ତାଟି ପଣସୁଆ ଗାଁରେ ପଶି ୫ଟି ଘର ଭାଙ୍ଗି ଥିବା ବେଳେ ଗତ ରବିବାର ରାତିରେ ମଧ୍ୟ କଣ୍ଡକଳା ଓ ଅଡାଳ ମୁଣ୍ଡାସାହିରେ ପଶି ୫ଟି ଘର ଭାଗିଂ ଦେବା ସହ ଧାନ-ଚାଉଳ ଖାଇଥିଲା ଓ ଆସବାବପତ୍ର ନଷ୍ଟ କରିଦେଇଥିଲା।

ଗତକାଲି ରାତି ଘରେ ଖାଇ ସାରି ଶୋଇଥିବା ବେଳେ ପଣସୁଆ ଗାଁରେ ପଶି ପ୍ରଥମେ ଉର୍ମିଳା ମହାନ୍ତଙ୍କ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଦେଇଥିଲା। ଭାଗ୍ୟ ଭଲ ଯେ, ଜଣେ ଅସହାୟ ବୃଦ୍ଧା ଉପସ୍ଥିତ ବୁଦ୍ଧି ଲଗାଇ ଘରୁ ବାହାରକୁ ବାହାରି ପଳାଇବାରୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଗତ କିଛି ଦିନ ତଳେ ଘରେ ଏକାକୀ ରହୁଥିବା ଉର୍ମିଳା ଘରେ ଶୋଇଥିବା ବେଳେ ତାଙ୍କ ଘରଟିକୁ ଦନ୍ତା ହାତୀଟି ଭାଗିଂବା ସମୟରେ ଘରର କାନ୍ଥରୁ ଇଟା ଖସି ତାଙ୍କ ଉପରେ ପଡିଯାଇଥିଲା। ତାଙ୍କୁ ବନବିଭାଗ ଟିମ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଚିକିତ୍ସା କରାଇଥିଲେ। ସେ ୨୨ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ତେବେ ପୁନର୍ବାର ଗତକାଲି ରାତିରେ ତାକଂ ଘରଟିକୁ ସଂପୂର୍ଣ୍ଣ ଭାଗିଂ ଦେବା ପରେ ଅସହାୟ ବୁଦ୍ଧା ଉର୍ମିଳା ବେଘର ହୋଇ ଦିନବେଳା ଗଛ ମୁଳରେ ଆଶ୍ରୟ ନେଇ ସଂଧ୍ୟା ହେଲେ ପଡୋଶୀକଂ ଘରେ ଆଶ୍ରୟ ନେବି ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ପରେ ଲୋକେ ହାତୀ ଆସିଥିବା ଜାଣି ପାରି ଘଉଡେଇବାରୁ ହାତୀ ଟି ହିଂସ୍ର ହୋଇ ପୁରୁଷୋତ୍ତମ ମହାନ୍ତ, କୌତୁକ ମହାନ୍ତ, ସହଦେବ ମହାନ୍ତ ଓ ଲଷ୍ମୀଧର ମାହାନ୍ତଙ୍କ ଘର ଭାଙ୍ଗିବା ସହ କୁଇଣ୍ଟାଲ କୁଇଣ୍ଟାଲ ଧାନ ଚାଉଳ ଖାଇବା ସହ ଆସବାବ ପତ୍ର ନଷ୍ଟ କରିଦେଇଛି ।

ଖବର ପାଇ ବିଳମ୍ବିତ ରାତିରେ ବନ ବିଭାଗ ଟିମ ପହଁଚି ହାତୀକୁ ଘଉଡେଇବା ପାଇଁ ଚେଷ୍ଟା କରିଥିଲେ ହେ ବିଫଳ ହେଇଥିଲେ। ଗୋଠ ଛଡା ଦନ୍ତା ଟି ହିଂସ୍ର ହୋଇ ଘର ଭାଙ୍ଗିବା ସହ ଲୋକଙ୍କୁ ଆକ୍ରମଣ କରିବାକୁ ଦୌଡୁ ଥିବାରୁ ଲୋକମାନେ ସନ୍ଧ୍ୟା ହେଲେ ତାଟି କବାଟ ମାରି ଭୟଭିତ ହୋଇ ଘରୁ ବାହାରକୁ ବାହାରିବାକୁ ସୁରକ୍ଷିତ ମଣୁନାହାନ୍ତି।

ତେବେ ଗୋଠ ଛଡା ଦନ୍ତାଟି ମାସକ ମଧ୍ୟରେ କାଇଯୋଡାରେ ଜଣଙ୍କ ଜୀବନ ନେବା ସହ ୨୦ରୁ ଉର୍ଦ୍ଧ୍ୱ ଘର ଭାଗିଂଦେଇ ବହୁ ଧାନ ଚାଉଳ ଖାଇ ନଷ୍ଟ କରିଛି। ଫଳରେ ଅଚଂଳବାସୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟପକ୍ଷରେ ବନ ବିଭାଗ ହାତୀଟିକୁ ଟ୍ରାଙ୍କୁଲାଇଜର କରି ସ୍ଥାନାନ୍ତର କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗେଇଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର