ଯୁବତୀଙ୍କୁ ଦୁଇଫାଳ କରିଦେଲା ଦନ୍ତା

ପଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା କୁମୁସୀ ନିକଟରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଯୁବତୀଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ମୃତ ଯୁବତୀ ଦାମା ବେହେରାଙ୍କ ଝିଅ କୁମାର ବେହେରା ଓ ଘର ତଳ ପାଣି ଗେଙ୍ଗୁଟିଆରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କୁମାର ବେହେରା କୌଣସି କାମରେ କୁମୁସୀ ନିକଟକୁ ଯାଇଥିଲେ। ଏହି ସମୟରେ ସେ ଏକ ହାତୀ ହାବୁଡ଼ରେ ପଡିଯାଇଥିଲେ। ଘଟଣାସ୍ଥଳରେ ଅନ୍ୟ କେହି ନଥିବା ବେଳେ ସେ ଏକାକି ହାତୀ କବଳରୁ ବଞ୍ଚିବା ପାଇଁ ଅନେକ ଚେଷ୍ଟା କରିଥିଲେ। କିନ୍ତୁ ଶେଷରେ କୁମାର ବେହେରା ହାର ମାନି ଯାଇଥିଲେ।

ହାତୀ ଉକ୍ତ ଯୁବତୀଙ୍କୁ ରାଗରେ ଦୁଇଫାଳ କରି ଚିରି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କୁମାର ବେହେରାଙ୍କ ମୃତ୍ୟୁ ହୋଇଯାଇଥିଲା। ଗ୍ରାମର କିଛିଲୋକ ସେହି ବାଟ ଦେଇ ଯାଉଥିବା ବେଳେ ଯୁବତୀଙ୍କୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ମୃତକଙ୍କ ପରିବାର ଓ ଅନ୍ୟ ଲୋକମାନଙ୍କୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର