ଶୌଚ ହେବାକୁ ଯାଇଥିବା ସମୟରେ ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ: ଦୃଶ୍ୟ ଦେଖି ଭୟଭୀତ ହୋଇଯାଇଛନ୍ତି ଗ୍ରାମବାସୀ

ବାଙ୍ଗିରୀପୋଷି: ମୟୂରଭଞ୍ଜ ବାଙ୍ଗିରୀପୋଷି ଗୋଷାଣୀପାଳର ଜଣେ ବୃଦ୍ଧାଙ୍କ ହାତୀ ଆକ୍ରମଣରେ ବୁଧବାର ମୃତ୍ୟୁ ଘଟିଛି। ମୃତ ବୃଦ୍ଧାଙ୍କ ନାମ ସ୍ନେହଲତା ସେଠୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳୁ ଉଠି ବୃଦ୍ଧା ସ୍ନେହଲତା ଶୌଚ ହେବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଶୌଚ ହେବା ସମୟରେ ସେ ହାତୀ ଆସିବା ନେଇ କୌଣସି ସନ୍ଧାନ ପାଇ ନଥିଲେ। ହାତୀ ବୃଦ୍ଧାଙ୍କୁ ସେଠାରେ ଦେଖି ହଠାତ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ସ୍ନେହାଲତା ହାତୀ କବଳରୁ ମୁକୁଳିବା ପାଇଁ ଯେତେ ଚେଷ୍ଟା କରିଥିଲେ ହେଁ ଅସଫଳ ରହିଥିଲେ। ଶେଷରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।

newsnow.

ଆଉ କିଛି ଗ୍ରାମବାସୀ ସେହି ସ୍ଥାନ ଦେଇ ଯାଉଥିବା ସମୟରେ ବୃଦ୍ଧାଙ୍କୁ ସେଠାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଗ୍ରାମବାସୀ ଓ ସ୍ନେହଲତାଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲେ। ସ୍ନେହଲତାଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

Dailyhunt

ମୟୂରଜିଲ୍ଲାରେ ଦିନକୁ ଦିନ ହାତୀମାନଙ୍କ ଉପଦ୍ରବ ବୃଦ୍ଧି ପାଇବାକୁ ଲାଗିଛି। ଦୁଇଦିନ ତଳେ ମୟୂରଭଞ୍ଜ କରଞ୍ଜିଆକୁ ସୁନାପୋଷୀ ଜଙ୍ଗଲରୁ ହାତୀ ପଲ ପଶି ଆସିଥିଲେ। ଗାଁ ମୁଣ୍ଡରେ ୨୨ଟି ହାତୀ ଥିବା ଏକ ବଡ଼ ହାତୀପଲ ଡେରା ପକାଇ ବସିଥିଲେ। ଜଙ୍ଗଲ ନିକଟସ୍ଥ ରାଉତାଳିପାଟ, ବେଗୁନାବିନ୍ଧା ଗାଁରେ ଏହି ହାତୀ ପଲ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ। କେବଳ ଏତିକି ନୁହେଁ ଧାନ ବିଲରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହିତ କିଛି ଲୋକଙ୍କ ଘର ମଧ୍ୟ ଭାଙ୍ଗି ଦେଇଥିଲେ। ଯାହାକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।

ସମ୍ବନ୍ଧିତ ଖବର