ଛେଣ୍ଡିପଦା: ହାତୀ ଆକ୍ରମଣରେ ଛେଣ୍ଡିପଦା ବ୍ଲକ କର୍ଣ୍ଣପାଳ ଗ୍ରାମରେ ଜଣେ ଦିବ୍ୟାଙ୍ଗ ଗୁରୁତର ଆହତ ହୋଇଛନ୍ତି। ସାଙ୍ଗରେ ଥିବା ଦିବ୍ୟାଙ୍ଗଙ୍କ ମା’ ଅଳ୍ପକେ ରକ୍ଷା ପାଇଛନ୍ତି।
ସୂଚନାଯୋଗ୍ୟ, ଆଜି ସକାଳ ୮ ଟାରେ ଦିବ୍ୟାଙ୍ଗ ସବିତା ବେହେରା(୩୫) ତାଙ୍କ ମାଙ୍କ ସହିତ ଘରପାଖ କେନାଲ ନିକଟକୁ ଶୌଚ ପାଇଁ ଯାଉଥିଲେ। ଯିବା ବାଟରେ ଗୋଠଖଣ୍ଡିଆ ଅଳ୍ପ ବୟସ୍କ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ। ଦିବ୍ୟାଙ୍ଗ ସବିତାକୁ ଦନ୍ତା ଶୁଣ୍ଢରେ କଚାଡ଼ି ଦେଇଥିଲା। ପ୍ରାଣ ବିକଳରେ ମା’ ପାଖ କାଜୁବଗିଚା ଭିତରକୁ ଦଉଡି ଯାଇ ଆତ୍ମରକ୍ଷା କରିଥିଲେ। ଗାଁ ଲୋକଙ୍କ ପାଟିତୁଣ୍ଡ ପରେ ହାତୀ ଜଙ୍ଗଲ ଆଡକୁ ପଳେଇଥିଲା ବେଳେ ସବିତାଙ୍କୁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବନ ବିଭାଗ ଅଧିକାରୀ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଚଳାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/t-34.jpg)