ପାଇକମାଳ: ପାଇକମାଳ ବ୍ଲକ୍ ବରତୁଣ୍ଡା ପଞ୍ଚାୟତର ପତରାପାଲି ଗଁାର ମଧୁସୂଦନ ମାଝୀଙ୍କ ଘରକୁ ହାତୀ ଶୁକ୍ରବାର ରାତିରେ ଭାଙ୍ଗିଦେଇଛି। ପରିବାରର ୪ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ମଧୁସୂଦନ ତାଙ୍କ ସ୍ତ୍ରୀ, ମାଆ, ଛୁଆ ସହିତ ଶୁକ୍ରବାର ରାତିରେ ଘରେ ଶୋଇଥିଲେ। ଜୋରରେ ଶବ୍ଦ ଶୁଣି ପରିବାର ସଦସ୍ୟ ଉଠିପଡ଼ି ଘର ଉପରେ ହାତୀ ଆକ୍ରମଣ କରୁଥିବା ଦେଖିବାକୁ ପାଇଥିଲେ। ଜୀବନ ବିକଳରେ ସେମାନେ ଘରଦ୍ୱାର ଛାଡ଼ି ନିରାପଦ ସ୍ଥାନକୁ ପଳେଇ ଯାଇଥିଲେ। ସକାଳେ ଫେରି ଦେଖିଲେ ହାତୀ ଘରକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଦେଇଛି। ଘରେ ଥିବା ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଖାଇ ଦେଇଥିବା ବେଳେ ଘରର ସମସ୍ତ ସରଞ୍ଜାମ ନଷ୍ଟ କରିଦେଇଛି। ପ୍ରଶାସନ ପକ୍ଷରୁ ପରିବାରର କ୍ଷୟକ୍ଷତି ଦେଖିବା ସହିତ ପୋଲିଥିନ୍, ଚାଉଳ ଆଦି ଦିଆଯାଇଛି। ଆଗକୁ ମଧ୍ୟ ସହଯୋଗ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ବନ ବିଭଗ ପକ୍ଷରୁ ହାତୀ ରହୁଥିବା ଗ୍ରାମଗୁଡ଼ିକ ଯାଇ ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ସଚେତନ କରାଉଛନ୍ତି। ମଧୁସୂଦନ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/4f2e5701-a731-4bf3-bfc8-8fb8ae12a332.jpg)