ଘର ଭାଙ୍ଗି ଧାନଚାଉଳ, ପନିପରିବା ଖାଇଗଲେ ହାତୀ

ଝୁମ୍ପୁରା/ଚମ୍ପୁଆ : ଉଖୁଣ୍ଡା ଫରେଷ୍ଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲ ଉପଦ୍ରବ ଚଳାଇଥିଲେ । ୨୧ଟିକିଆ ଏହି ହାତୀପଲ ଦୁର୍ଗାପୁର, ବାଲିପଶି ଆଡୁ ଆସି ପ୍ରଥମେ ଅସନପାଟ ଗ୍ରାମର ମାର୍କଣ୍ଡ ମୁଣ୍ଡାଙ୍କ ଖଳାରେ ଧାନ ଖାଇସାରି ଶିରିକୁଆଁ ଢେଲାସାହିରେ ପ୍ରବେଶ କରିଥିଲେ। ଦୈତାରୀ ମହାନ୍ତଙ୍କ ଘର ଭାଙ୍ଗି ୨୫କୁଣ୍ଟାଲ ଧାନ, ବଗିଚାରେ ଥିବା କୋବି, ଶିମ୍ବ, କଦଳୀଗଛ ଖାଇ ଦଳିଚକଟି ନଷ୍ଟ କରିଦେଇଛନ୍ତି ।

ସେହିପରି ଡମ୍ବରୁଧର ମହାନ୍ତଙ୍କ ଘରଭାଙ୍କି ଧାନ, ପନିପରିବା, ରାହାସ ମହାନ୍ତ ଘର ଭାଙ୍ଗି ଧାନ ଚାଉଳ, ବନମାଳୀ ମହାନ୍ତଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଘରଭାଙ୍ଗି ବା ସହିତ, ଆଲମାରୀ, ପଲଙ୍କ, ପଙ୍ଖା ଭାଙ୍ଗି ଧାନଚାଉଳ ଖାଇ ନଷ୍ଟ କରିଦେଇଥିଲେ। ହତୀ ଦେଖିବାକୁ ଆଜି ଦିନ ତମାନ ଶହଶହ ଲକଙ୍କ ସୁଅ ଛୁଟିଥିଲା। ହାତୀମାନଙ୍କୁ ବାଣଫୁଟାଇ ଘଉଡାଇଲେ ମଧ୍ୟ କାହାରିକୁ ଭୟ କରୁ ନାହାନ୍ତି। ଏବେ ଜାଲି ନିକଟସ୍ଥ, ପାରଡିପଶି, ବଳଧନା, ନିଉଣ୍ଡି ଆଦି ଗ୍ରାମର ଲୋକମାନେ ରାତି ଅଜୁଗୁରା ରହି, ଟାୟାର ଜାଳି ଜଗି ରହିଥିବା ଜଣାଯାଇଛି। ଉଖୁଣ୍ଡା ଫରେଷ୍ଟର ମିଶ୍ର ବାବୁ ସହିତ ହାତୀ ଘଉଡାଇବାପାଇ ନିଯୁକ୍ତି ହୋଇଥିବା କର୍ମଚାରୀ ମଧ୍ୟ ଜଗି ରହି ହାତୀର ଗତିବିଧି ଲକ୍ଷ୍ୟ କରିଥିବା ଦେଖିବାକୁ ମିଳିଛି। ହାତୀ କ୍ଷୟକ୍ଷତି କରିଥିବା ଗରିବ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି। କେନ୍ଦୁଝର ଜିଲ୍ଲାରେ ପ୍ରତିଦିନ ହାତୀ ଉପଦ୍ରବ କରୁଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି।

ସମ୍ବନ୍ଧିତ ଖବର