ନିରାକାରପୁର: ଗତକାଲି ରାତିରେ ମାଆ ସହିତ ଆସି ଏକ କୂଅରେ ପଡ଼ିଯାଇଥିବା ଏକ ହାତୀଛୁଆକୁ ବନବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ଏକ ହାତୀ ଛୁଆ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ମଞ୍ଜରିଆପାଟଣା ଗ୍ରାମର ପ୍ରଭାକର ବେହେରାଙ୍କ କୂଅରେ ପଡିଥିବା ଜଣାପଡ଼ିବା ପରେ ସେଠାରେ ଗହଳି ଲାଗିଥିଲା।ସ୍ଥାନୀୟ ଲୋକେ ଏ ନେଇ ଅଗ୍ନିଶମ ବିଭାଗ ଓ ବନବିଭାଗକୁ ଖବର ଦେବା ପରେ ଉଭୟ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ହାତୀ ଛୁଆଟିକୁ କୂଅରୁ ଉଦ୍ଧାର କରିଥିଲେ। କୂଅରୁ ଉଦ୍ଧାର ହେବା ପରେ ଏତେ ଲୋକଙ୍କୁ ଦେଖି ଭୟଭୀତ ହାତୀ ଛୁଆଟି ସେଠାରୁ ଦୌଡ଼ିଯାଇ ଏକ କେନାଲରେ ପଡ଼ି ଯାଇଥିଲା। ତାକୁ ସେଠାରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଖୋର୍ଦ୍ଧା ନର୍ସରି ପରିସରରେ ଥିବା ଏକ ଖୁଆଡ଼ ମଧ୍ୟରେ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/elephant-calf-nirakarpur.jpg)