ପାଲଲହଡ଼ା : ଖମାର ରେଞ୍ଜ ଅନ୍ତର୍ଗତ ରଜଦଙ୍ଗ ପଞ୍ଚାୟତ ବଡ଼ ବାଲିପଶି ଜଙ୍ଗଲରୁ ଏକ ବଣୁଆ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି । । ବାରହା ଶିକାର ପାଇଁ ଚୋରାରେ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମରିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଖମାର ବନ ବିଭାଗ ରେଞ୍ଜ ଅଫିସର ଚନ୍ଦ୍ର ଶେଖର ଗଡ଼ନାୟକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବଣୁଆ ହାତୀ ଟି ୪ ଦିନ ତଳେ ମରିଥିବା ସନ୍ଦେହ କରାଯାଉଛି । କେତେକ ଦୁର୍ବୃତ୍ତ ଜଙ୍ଗଲରେ ବରାହ ଶିକାର କରିବା ପାଇଁ ଚୋରାରେ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଟି ମରିଥିବା ଜଣାପଡ଼ିଛି ।
ଖବର ପାଇ ଦେବଗଡ଼ ଡିଓଫଓ କ୍ଷମା ଷଡ଼ଙ୍ଗୀ ସଦଳବଳେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଖମାର ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ବାବଧାନରେ ମୃତ ହାତୀକୁ ପୋଷ୍ଟମୋଟମ କରାଯାଇ ପୋତା ଯାଇଥିଲା । ହାତୀର ଦାନ୍ତକୁ କାଟି ଖମାର ରେଞ୍ଜ ଅଫିସ ରେ ସୁରକ୍ଷିତ ରଖା ଯାଇଛି । ବଣୁଆ ହାତୀ ର ବୟସ ୩୦ ରୁ ୩୫ ବର୍ଷ ହେବ ବୋଲି ସୂଚନା ମିଳିଛି । ବିଦ୍ୟୁତ ତାର ବିଛାଇ ଥିବା ଲୋକଙ୍କୁ ଧରିବା ପାଇଁ ବିଭାଗ ପକ୍ଷରୁ ତଦନ୍ତ ସହ ଉଦ୍ୟମ ଜାରି ରହିଛି ।