ମୟୂରଭଂଜ: ଧାନଷୋଳ-ସଂଘାଢି ଜଙ୍ଗଲରେ ମାଈ ହାତୀର ମୃତ୍ୟୁ

ବେତନଟୀ: ମୟୂରଭଂଜ ଜିଲ୍ଲାର ବେତନଟୀ ଅଶନମଣୀ ରେଂଜର ସରକ୍ଷିତ ଜଙ୍ଗଲରେ ବୁଧବାର ଏକ ମାଈ ହାତୀର ମୃତଦେହକୁ ସ୍ଥାନୀୟ ଗ୍ରାମବାସୀ ଠାବ କରିଛନ୍ତି। ମୋରଡା ବ୍ଲକ ଦୁର୍ଗାପୁର ପଂଚାୟତର ଧାନଷୋଳ-ସଂଘାଢ଼ି ଜଙ୍ଗଲରେ ହାତୀର ମୃତଦେହ ଦେଖି ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ। ବନ ବିଭାଗର ରେଞ୍ଜର ଘନଶ୍ୟାମ ସିଂହ ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚିଥିଲେ। ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ଆଘାତରୁ ମାଈ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଚଳିତ ବର୍ଷର ଖରିଫ ଋତୁରେ ୩୧ଟି ଝାଡ଼ଖଣ୍ଡି ହାତୀ ପଶ୍ଚିମବଙ୍ଗ ଦେଇ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଂଚଳକୁ ଆସିଥିଲେ। ଧାନ ଫସଲ ସରିଯିବା ପରେ ହାତୀମାନେ ପୁଣି ଥରେ ଫେରିଯିବାକୁ ବାହାରିଥିଲେ। ଏହି ସମୟରେ ମାଈ ହାତୀଟି ବିଦ୍ୟୁତ ସଂଶସ୍ପର୍ଶରେ ଆସି ମୃତ୍ୟୁର ଶିକାର ହୋଇଛି। କିଛି ହାତୀ ଫେରି ଯାଇଥିବା ବେଳେ ଗୋଟିଏ ହାତୀର ମୃତ୍ୟୁ ଘଟିଛି। ହାତୀଟି ମରିଯିବା ପରେ ଅନ୍ୟ ୫ଟି ହାତୀ ଜଗିଥିଲେ। ସେମାନେ ଏବେ ବେତନଟୀ ଅଚଂଳରେ ଥିବା ବନ ବିଭାଗର କର୍ମଚାରୀମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର