ପଣ୍ଡାପଡ଼ା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଡ଼ପିଛୁଳା ଗ୍ରାମରେ ହାତୀପଲ ପଶି ଚାଷୀଙ୍କ ଧାନ ଫସଲ ନଷ୍ଟ କରିଛନ୍ତି। ଦୁଇଦିନ ହେବ ୧୩ଟି ହାତୀ ବଡ଼ପିଛୁଳା ଜଙ୍ଗଲରେ ଅଛନ୍ତି। ରାତି ହେଲେ ହାତୀପଲ ଜଙ୍ଗଲରୁ ବାହାରି ବିଲରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି।
ଗ୍ରାମର ଦୁଃଖବନ୍ଧୁ ନାଏକ, ରଞ୍ଜନ ନାଏକ, ଗଦାଧର ନାଏକ, ହଳଧର ନାଏକ, ଦାମୋଦର ନାଏକ, ରସାନନ୍ଦ ନାଏକ, ଗୋପାଳ ନାଏକ, ରାମଚନ୍ଦ୍ର ନାଏକ, ଲମ୍ବୋଦର ନାଏକ, ସୁରେନ୍ଦ୍ରୀ ନାଏକ, ଜଗନ୍ନାଥ ନାଏକ, ଉଦୟ ନାଏକ, ସଚ୍ଚିନ୍ଦ୍ର ନାଏକ, ଗଣେଶ୍ଵର ନାଏକଙ୍କ ଫସଲ ନଷ୍ଟ ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ବନ ବିଭାଗ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/WhatsApp-Image-2022-09-24-at-8.38.59-PM.jpeg)