ଖଳାରୁ ଧାନ ଖାଇଗଲେ ହାତୀପଲ 

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ କୋଳିମାଟି ପଞ୍ଚାୟତ ଦରଖଳା ଗ୍ରାମରେ ହାତୀ ଉପଦ୍ରବ। ଗତକାଲି ରାତି ପ୍ରାୟ ୨ଟା ବେଳେ ୪/୫ଟି ହାତୀ ଗ୍ରାମର ବିଧବା ଜଙ୍ଗା ବେୱାଙ୍କ ବାଡ଼ିରେ ପଶି ଧାନ ଖାଇବା ସହ ମାଡ଼ିଦଳି ନଷ୍ଟ କରିଛନ୍ତି। ହାତୀପଲ ବର୍ଷକର ଅମଳ ଧାନ ନଷ୍ଟ କରିଥିବାରୁ ଜଙ୍ଗା ଚିନ୍ତାରେ ପଡ଼ିଯାଇଛନ୍ତି। ସେହିପରି ହାତୀ ଗୁଡ଼ିକ ଗ୍ରାମ ନିକଟ ଜଙ୍ଗଲରେ ଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏନେଇ ଘଟଗାଁ ବନାଞ୍ଚଳ ଅଧିକାରୀଙ୍କୁ ଅବଗତ କରାଯାଇଛି। ଜଙ୍ଗାଙ୍କୁ କ୍ଷତିପୂରଣ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର