ଡୁଡୁକା: ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍ ଅଞ୍ଚଳକୁ ହାତୀପଲ ପ୍ରବେଶ କରିଥିବା ଜଣାପଡ଼ିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ବେନ୍ଦ୍ରା ପଞ୍ଚାୟତ ବେନ୍ଦ୍ରା ଗ୍ରାମର ରାଧାକାନ୍ତ ମେର୍ଲିଙ୍କ ଘର ପାଚେରି ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଏହାପରେ ଝରଣିପାଲି ପଞ୍ଚାୟତ ପଥରମୁଣ୍ଡା ଗ୍ରାମର ଟେଙ୍ଗେନୁ ପାଣ୍ଡେଙ୍କ ଘରର ଲୁହା କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ପାହାଚ ଥିବାରୁ ଯାଇ ନପାରି କୁଲରକୁ ଟାଣି ନେଇ ପାଦରେ ଦଳି ନଷ୍ଟ କରି ଦେଇଥିଲା। ଟେଙ୍ଗେନୁ ଶୁଣ୍ଢରେ ଟେକି ନେଉଥିବା ସମୟରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହାପରେ ଦନ୍ତାଟି ନୁନିଆପାଲି ପଞ୍ଚାୟତ ଖଲିଆପାଲି ଗାଁରେ ଥିବା ସରକାରୀ ପ୍ରାଥମିକ ସ୍କୁଲର କବାଟକୁ ଭାଙ୍ଗି ଦେଇଛି। ହାତୀ ଥିବା ଖବର ପ୍ରଚାରିତ ହେବା ପରେ ଅଞ୍ଚଳର ପ୍ରମୁଖ ରାସ୍ତାରେ ଯାତାୟାତ କରିବାକୁ ଲୋକେ ଭୟ କରୁଛନ୍ତି। ହାତୀପଲ ଘଉଡ଼ାଇବାରେ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି।
ଡୁଡୁକା ଅଞ୍ଚଳରେ ଦନ୍ତା ଉପଦ୍ରବ, ଆତଙ୍କିତ ଅଞ୍ଚଳବାସୀ
/sambad/media/post_attachments/wp-content/uploads/2021/03/f939b52d-c4d3-4e52-acb2-0180c6f8e961.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)