ଖୋର୍ଦ୍ଧା ସହରରେ ପୁଣି ଦନ୍ତା ପଶିଲା

ଖୋର୍ଦ୍ଧା : ଖୋର୍ଦ୍ଧା ସହରରେ ଆଜି ପୁଣି ଏକ ଦନ୍ତାହାତୀ ପ୍ରବେଶ କରିଛି । ଚଳିତ ବର୍ଷ ସହର ମଧ୍ୟକୁ ଏଭଳି ପ୍ରବେଶ ଦ୍ୱିତୀୟ ଥର ହୋଇଥିବା ବେଳେ ଗତ ୫ ମାସ ମଧ୍ୟରେ ଏହା ୬ଷ୍ଠ ଘଟଣା ।

ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ଏକ ଦନ୍ତାହାତୀ ସହର ଉପକଣ୍ଠ ଜାତୀୟ ରାଜପଥ ଅତିକ୍ରମ କରି ମୁକୁନ୍ଦପ୍ରସାଦ ଓ ଉପରସାହି ଦେଇ ଜଟଣୀ-ଖୋର୍ଦ୍ଧା ରାସ୍ତାରେ ପହଂଚିଥିଲା । ହାତୀକୁ ଦେଖି ଲୋକମାନେ ସେଠାରେ ଭିଡ଼ ଜମାଇଥିଲେ । ଏନେଇ ବନବିଭାଗ ସୂଚନା ପାଇବା ପରେ ଏକ ଟିମ୍ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଅଧିକ ଭିଡ଼ ନକରିବାକୁ ପରାମର୍ଶ ଦେଇ ଥିଲେ । ବର୍ତମାନ ବନବିଭାଗ କର୍ମଚାରୀ ହାତୀର ଗତିବିିଧି ଉପରେ ନଜର ରଖିଛନ୍ତି । ହାତୀଟି ମୁକୁନ୍ଦପ୍ରସାଦ ଚାଷ ଜମି ଦେଇ ଚନ୍ଦକା ଆଡ଼େମୁହାଁଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର