ଲାଞ୍ଜିଗଡ଼ ଅଞ୍ଚଳରେ ହାତୀ ଆତଙ୍କ; ଖଜୁରୀପଦରରେ ଘର ଭାଙ୍ଗିଲେ, ଧାନ, ମାଣ୍ଡିଆ ଖାଇଲେ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବନବିଭାଗ ଅନ୍ତର୍ଗତ ଖଜୁରୀପଦର ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ଗ୍ରାମର କାଟ୍ରି ମାଝୀଙ୍କ ଘରର ଆଜବେଷ୍ଟର୍ସକୁ ହାତୀମାନେ ଭାଙ୍ଗି ଦେଇଛନ୍ତି। ଘରେ ଥିବା ଧାନ, ମାଣ୍ଡିଆ, କୋଳଥ ଆଦି ଖାଇ ନଷ୍ଟ କରିଦେଇଛନ୍ତି। ଫଳରେ ପଡ଼ାର ଲିଙ୍ଗା ମାଝୀ, କାଟ୍ରି ମାଝୀ, ଦୂତା ମାଝୀ, ଲାକ୍ସା ମାଝୀ, ପାର୍ବତୀ ମାଝୀ, ମେଡି ମାଝୀ ପ୍ରମୁଖ ଅନ୍ୟ ପଡ଼ାକୁ ପଳାଇ ଯାଇଥିଲେ। ପରେ ହାତୀମାନେ ପାଖ ପୋଖରୀକୁ ଯାଇ ସେଠାରୁ ଜଙ୍ଗଲକୁ ଯାଇଥିବା ଲୋକେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର