ବନ ବିଭାଗର ବୋଲ ମାନୁନାହାନ୍ତି ହାତୀ, ପାଚିଲା ଧାନର ବାସ୍ନାରେ ହାତୀ ମତୁଆଲା

ଅଭିଯୋଗ କଲେ କ୍ଷତିପୂରଣ ମିଳିବ : ରେଞ୍ଜର

ବାଙ୍ଗିରିପୋଷି (ପ୍ରଭାତ କୁମାର ହୋତା): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଓ ପିଠା ବଟା ରେଞର ସୀମା ଭୂଆଶୁଣୀ, ବାଲିଖଣି ଅଂଚଳରେ ୭ରୁ ଉର୍ଦ୍ଧ୍ଵ ହାତୀ ଧାନ ଫସଲ ନଷ୍ଟ କରୁଛନ୍ତି। ହାତୀ ଘଉଡାଇବା ପାଇଁ ବନ ବିଭାଗ ନାକେ ଦମ ହେଲାଣି। ବନ ବିଭାଗର ବୋଲ ମାନୁ ନାହାନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି।

ଦିନ ରାତି ହାତୀ ଘଉଡାଇବା କାର୍ଯ୍ୟରେ ବାଙ୍ଗିରିପୋଷି ବନବିଭାଗ ଅଛନ୍ତି ବୋଲି ରେଞ୍ଜର ତପନ କୁମାର ଦାସ କହିଛନ୍ତି। ପାଚିଲା ଧାନର ବାସ୍ନା ହାତୀକୁ ବାୟା କରିଛି। ଦଳରେ ଛୁଆ ହାତୀ ଥିବାରୁ ହାତୀ ଅଧିକ ହିଂସ୍ର ହେଉଥିବା ଜଣାପଡ଼ିଛି।

ବାଘ ଡରରେ ହାତୀ ପାହାଡ ଚଢୁ ନାହାନ୍ତି। ଚାଷୀ ନିଜ କ୍ଷେତ ଜଗିବା ପାଇଁ ଗଛରେ ମଞ୍ଚା ବାନ୍ଧି ରଖିଛି। ହାତୀ ଘଉଡାଇବା ପାଇଁ ବନ ବିଭାଗ ଓ ଚାଷୀ କ୍ଷେତ ଜଗୁଥିବା ଜଣାପଡିଛି। ବାଲିଖଣି ଓ ଆନ୍ଦୋଳା ଗ୍ରାମର ଚାଷୀ ସୁମନ୍ତ ମହାନ୍ତି, ଖୁଦିରାମ ହାଃସଦା, ମୋହନ ସୋରେନ, ବିଜୟ ସୋରେନ, ଶ୍ୟାମସୁନ୍ଦର ମୁର୍ମୁ, ଠାକୁରା ସୋରେନ, କକୟ ମାରାଣ୍ଡି, ଲାକା ହାଃସଦା, ମାଝି ସୋରେନ, ସନାତନ ସୋରେନ, ସାଦନ ମୁର୍ମୁ ପରି ଚାଷୀଙ୍କ ଧାନ କ୍ଷେତ ହାତୀ ନଷ୍ଟ କରିଛି ବୋଲି ଅଭିଯୋଗ କରିଛନ୍ତି। ବାଙ୍ଗିରିପୋଷି ରେଞ୍ଜର ତପନ କୁମାର ଦାସ କହନ୍ତି ଲିଖିତ ଅଭିଯୋଗ କଲେ ତଦନ୍ତ ପରେ ଚାଷୀ କ୍ଷତି ପୂରଣ ପାଇବ। ବର୍ତ୍ତମାନ ସୁଦ୍ଧା ଦୁଇ ଲକ୍ଷ ୬୨ ହଜାର ଟଙ୍କା ଚାଷୀଙ୍କୁ କ୍ଷତି ପୂରଣ ଦିଆ ସରିଲାଣି।

ସମ୍ବନ୍ଧିତ ଖବର