ହାତୀ ଉପଦ୍ରବ; ବ୍ୟାପକ ଫସଲ ନଷ୍ଟ

ପାଇକସାହି: ଆଠମଲିକ ବ୍ଲକ ହଣ୍ଡପାରେଞ୍ଜ ରାଇନଳୀ ଗ୍ରାମରେ ଗତ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ଫଳରେ ଗ୍ରାମବାସୀମାନେ ଭୟଭୀତ ହୋଇ ପଡ଼ିଛନ୍ତି। ନିକଟସ୍ଥ ଜଙ୍ଗଲରୁ ହାତୀମାନେ ଗ୍ରାମାଭିମୁଖୀ ହୋଇ ଧାନ ସହ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ କରି ଦେଉଛନ୍ତି।

ବାରମ୍ବାର ହାତୀ ଉପଦ୍ରବ ଲାଗି ରହିଥିବା ଯୋଗୁଁ ଚାଷୀମାନେ ଚିନ୍ତିତ ହୋଇପଡ଼ୁଥିବା ବେଳେ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ବନବିଭାଗ ପକ୍ଷରୁ ହାତୀକୁ ଘଉଡାଉ ନଥିବା ଯୋଗୁଁ ଗ୍ରାମବାସୀ ନିଆଁ ହୁଳା ଧରି ରାତିରାତି ଉଜାଗର ରହୁଛନ୍ତି। ତୁରନ୍ତ ଏଥିପ୍ରତି ବନବିଭାଗ ପଦକ୍ଷେପ ନେଇ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର